ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଖସଡା ଠାରେ ଖଣି ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅଖିଳ ନାଥ ସାବତଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲା ମଙ୍ଗଳ ଅଧିକାରିଣୀ ସୁଶ୍ରୀ ମମତା ରାଣୀ ପରିଡା ଯୋଗଦାନ କରି ସାବତ ବାବୁଙ୍କର ବିଭାଗ ପ୍ରତି ନିଷ୍ଠାପର ତ୍ଯାଗକୁ ଆଜିର ପିଢୀ ଶିକ୍ଷା ଲାଭ କରିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ପୃଷ୍ଟି ମତବ୍ୟକ୍ତ କରିଥିଲେ ସାବତ ବାବୁ ବିଭାଗର ଦୃମ ସଦୃଶ ଥିଲେ । ତାଙ୍କର ପ୍ରେରଣା ଉତ୍ସାହ ଆମ୍ଭ ମାନଙ୍କ ପାଇଁ ଶିକ୍ଷଣୀୟ ହେଉ । ଚନ୍ଦ୍ରଗିରି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ନାୟକ, ମୋହନା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ଯରଞ୍ଜନ କର, ବାଘମାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ପାଣିଗ୍ରାହୀ, ମଙ୍ଗଳ ସଂପ୍ରସାରଣ ଅଧିକାରିଣୀ ସୁଶ୍ରୀ ଶୁଭ ଦର୍ଶିନୀ ବେଉରିଆ ଏବଂ ମୋହନା ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟର ଦାୟିତ୍ବଧାରୀ ଅଧ୍ୟକ୍ଷ ମିତ୍ର ପ୍ରସାଦ ବିଶ୍ବାଳ ଯୋଗଦାନ କରି କହିଥିଲେ ସାବତ ବାବୁଙ୍କ ନିଷ୍ଠାପରତା ଏବଂ କର୍ମକୁଶଳତା ଉପରେ ଆଲୋକପାତ କରିଥିଲେ । ଏହି ଅବସର କାଳୀନ ସମ୍ବର୍ଦ୍ଧନାରେ ମୋହନା ବ୍ଲକ୍ ର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ଅଖିଳ ନାଥ ସାବତଙ୍କର ଯଶ କିର୍ତ୍ତୀ ଗୁଣଗାନ କରିଥିଲେ।ଶେଷରେ ପ୍ରକାଶ ଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।
ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା !!!

