ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡ଼ମ୍ବା ନିଜିଗଡ ସେବା ସମବାୟ ସମିତି ପରିସର ରେ ଧାନମଣ୍ଡି ର ଶୁଭାରମ୍ଭ ! ବଡ଼ମ୍ବା ବ୍ଲକ୍ ର ବିଭିନ୍ନ ସମବାୟ ସମିତି ଗୁଡିକରେ ଧାନ ମଣ୍ଡି ଖୋଲିଥିବା ବେଳେ ବଡ଼ମ୍ବା ନିଜିଗଡ ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ର ଶୁଭାରମ୍ଭ ହୋଇଯାଇଛି । ସମବାୟ ସମିତି ର ସଭାପତି ଜ୍ଞାନ ରଞ୍ଜନ ପରିଡା ଙ୍କ ପୌରାହିତ୍ୟ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ଧାନମଣ୍ଡି ର ଶୁଭାରମ୍ଭ କରିଥିଲେ I ବଡ଼ମ୍ବା ବ୍ଳକ୍ ଚେୟାରମ୍ୟାନ୍ ରଘୂପତି ମହାନ୍ତି ଯୋଗ ଦେଇ ଚାଷୀ ଙ୍କ କଷ୍ଟ ଉପାର୍ଜିତ ଧାନ କିଭଳି ସୁରୁଖୁରୁରେ ବିକ୍ରୟ କରିବେ ସେ ବିଷୟରେ ସର୍ବ ସମ୍ମୁଖରେ ଆଲୋଚନା କରିଥିଲେ I ଅନ୍ୟତମ ଅତିଥି ଭାବେ ଆଠଗଡ଼ ଏ ଆର ସି ସି ଜିତେନ୍ଦ୍ର ମହାନ୍ତି, ନିଜିଗଡ଼ ବଡମ୍ବା ସମିତିସଭ୍ୟା ଗୋଲାପି ସାହୁ, ସମିତିର ପୂର୍ବତନ ସଭାପତି ମୁରଲୀଧର ମହାନ୍ତି, ବୋର୍ଡ ର ଡାଇରେକ୍ଟର ଜ୍ୟୋତିମୟୀ ଧର ଯୋଗ ଦେଇଥିଲେ I ସେବା ସମବାୟ ସମିତି ରେ ପ୍ରଥମ ଦିନରେ ୨୬୨ ଜଣ ଚାଷୀ ପଞ୍ଜୀକୃତ କରିଥିଲେ । ୨୭ ତାରିଖ ରେ ସମବାୟ ସମିତି କୁ ଟୋକନ୍ ଆସିଛି ୧୨୭୪ କ୍ୟୁଇଟାଲ ପାଇଁ , ତେବେ ୧୫ ଜଣ ଚାଷୀଙ୍କ ଠାରୁ ୫୫୦ କ୍ୟୁଇଟାଲ ଧାନ ସଂଗ୍ରହ କରିବାର ସୁଚନା ରହିଅଛି । କାର୍ଯ୍ୟକ୍ରମ ରେ ସମିତି ର ସମ୍ପାଦକ କେଶବ ଚନ୍ଦ୍ର ମିଶ୍ର, ଗାନ୍ଧିଛକ ବଣିକ ସଙ୍ଘ ର ସଭାପତି ଦେବରାଜ ପାଟଶାଣି, ହାଟ ବଣିକ ସଙ୍ଘ ର ସଭାପତି ଶିବ ନାରାୟଣ ମିଶ୍ର, ଜଗନ୍ନାଥ ପାଟ୍ଟଶାଣି, ସୁଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ I
ବଡ଼ମ୍ବା ନିଜିଗଡ ସେବା ସମବାୟ ସମିତି ପରିସର ରେ ଧାନମଣ୍ଡି ର ଶୁଭାରମ୍ଭ !!!

