ଗଜପତି ରେ ଓଡ଼ିଶା ବନ୍ଦ ଡାକରା ପ୍ରଭାବ : ଗମନାଗମନ ପୁରା ଠପ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଓଡ଼ିଶା ବନ୍ଦ ଡାକରା ର ପ୍ରଭାବ ପଡ଼ିଛି ! ସକାଳୁ ସକାଳୁ କଂଗ୍ରେସ ପତାକା ଧରି ହାଇସ୍କୁଲ ଛକ ଠାରେ ରାସ୍ତା ବନ୍ଦ କରି ଭୋଟ ବଞ୍ଚାଅ , ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ନାରା ସହ ଗଜପତି କଂଗ୍ରେସ କମିଟି ପକ୍ଷ ରୁ ବିଭିନ୍ନ ଦାବି ଗୁଡିକ ପ୍ରକାଶ କରିଥିଲେ ! ଦାବିଗୁଡ଼ିକ ମଧ୍ୟରେ ଏମ୍ ଏମ୍ ଡି ଆର ଆଇନ ରଦ୍ଦ କର, ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅ, ଜ୍ଞାନେସ କୁମାର ଇସ୍ତଫା ଦିଅ , ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ପ୍ରଦାନ କର ବୋଲି ପ୍ରକାଶ କରିଥିଲେ ! ବିଭିନ୍ନ ସ୍କୁଲ କଲେଜ , ସରକାରୀ ଅଫିସ , ପେଟ୍ରୋଲ ପମ୍ପ, ଦୋକାନ ବଜାର , ବସ ସେବା ବନ୍ଦ କରାଯାଇଥିଲା ! ସହର ରେ ବନ୍ଦ ର ପ୍ରଭାବ ଜୋରଦାର ପଡିଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *