ନାଚୁଣୀ ଗୋଦାବରୀଶ ସ୍କୁଲ ପଡିଆରେ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ନାଚୁଣୀ ଗୋଦାବରୀଶ ସ୍କୁଲ ଖେଳ ପଡିଆ ଠାରେ ନୂଆ – ଓ ” ଓଡିଶା, ଯୁବ ଓଡିଶା ଓ ନବୀନ ଓଡିଶା ର ବ୍ଲକ ସ୍ତରୀୟ ” କ୍ରୀଡ଼ା ଉତ୍ସବ” ର ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଓ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ ଯୋଗଦେଇ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହିଭଳି ଯୁଗାନ୍ତକାରୀ ପଦକ୍ଷେପ କୁ ପ୍ରଶଂସା କରିଥିଲେ l ଏହି ବ୍ଳକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ବ୍ଲକର ୮ ଟି ଫୁଟବଲ ଦଳ, ୫୩ ଟି କ୍ରିକେଟ ଦଳ, ୩୧ ଟି ପୁରୁଷ ଓ ୨ ଟି ମହିଳା ଭଲିବଲ ଦଳ, ୨୨ ଟି ପୁରୁଷ ଓ ୫ ଟି ମହିଳା କବାଡି ଦଳ, ୧୦ ଟି ପୁରୁଷ ଓ ୩ ଟି ମହିଳା ଖୋଖୋ ଓ ୧ ଟି ହକି ଦଳ ଭାଗ ନେଇଥିଲେ। ପରିଶେଷରେ ବିଜେତା ଖେଳାଳି ମାନଙ୍କୁ ଅତିଥି ମାନେ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ ।।

Leave a Reply

Your email address will not be published. Required fields are marked *