ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପ ମାଛ ଧରା ବନ୍ଦର ର ଆଧୁନିକୀକରଣ ପାଇଁ ଭୂମି ପୂଜା କଲେ କେନ୍ଦ୍ରମନ୍ତ୍ରୀ । ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଯୋଗଦେଇ ବନ୍ଦର ଉନ୍ନତିକରଣ ପ୍ରକଳ୍ପ ପାଇଁ ଭୂମି ପୂଜା କରିଥିଲେ ! 108 କୋଟି ଟଙ୍କା ର ଏହି ପ୍ରକଲ୍ପ ରେ ମାଛ ଧରା ବନ୍ଦର ର ଆଧୁନିକୀକରଣ , ନିଲାମ ଜେଟୀ ର ପ୍ରଶସ୍ତିକରଣ , ଆଲୋକୀକରଣ ଓ ରାସ୍ତା ଘାଟ ର ଉନ୍ନତି ହେବ | ଅତ୍ୟାଧୁନିକ ମାଛ ଧରା ଜେଟୀ ସହ କିଭଳି ଆନ୍ତର୍ଜାତିକ ବଜାର କୁ ମାଛ ରପ୍ତାନୀ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ରୂପାଲା | ଏହି କାର୍ଯ୍ୟକ୍ରମ ରେ ରାଜ୍ଯ ପଶୁସମ୍ପଦ କୃଷି ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ , ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନାଦ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ |
ପାରାଦୀପ ମାଛ ଧରା ବନ୍ଦର ର ଆଧୁନିକୀକରଣ ପାଇଁ ଭୂମି ପୂଜା କଲେ କେନ୍ଦ୍ରମନ୍ତ୍ରୀ !!!

