ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିଷାକ୍ତ ଫଳ ଖାଇ ୩ ଶିଶୁ ଅସୁସ୍ଥ , ମେଡିକାଲରେ ଭର୍ତ୍ତି ! ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗରାମିଆଁ ଗ୍ରାମର ତିନି ଜଣ ଶିଶୁ ବିଷାକ୍ତ ଫଳ ଖାଇ ଗୁରୁତର ଅବସ୍ଥାରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ମୁତାବକ କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ଗ୍ରାମର କ୍ଷେତ୍ରବାସି ମହାକୁଡ଼ଙ୍କ ଶିଶୁ କନ୍ୟା ଶ୍ରାବଣୀ ମହାକୁଡ , ରମେଶ ମୁଣ୍ଡାଙ୍କ ଶିଶୁ ପୁତ୍ର ମନୋଜ ମୁଣ୍ଡା ଓ ବିକାଶ ମୁଣ୍ଡାଙ୍କ ଶିଶୁପୁତ୍ର ଇଶକ ମୁଣ୍ଡା ସନ୍ଧ୍ୟାରେ ଖେଳୁଥିବା ସମୟରେ ସେହି ନିକଟରେ ଥିବା କଣ୍ଟାଗଛର ବିଷାକ୍ତ ଫଳ ଖାଇ ଗୁରୁତର ହୋଇ ଯାଇଥିଲେ । ସମସ୍ତେ ବାନ୍ତି କରି ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକେ ଶିଶୁ ମାନଙ୍କୁ ପ୍ରଥମେ ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ସୁକିନ୍ଦା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅସୁସ୍ଥ ଶିଶୁ ମାନଙ୍କୁ ଭର୍ତ୍ତି କରିବା ପରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି । ସମସ୍ତ ଶିଶୁ ବିପଦମୁକ୍ତ ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି । ଚିକିତ୍ସା ସମୟରେ ସ୍ୱାସ୍ଥ୍ୟକର୍ମୀ ମାନେ ସହଯୋଗ କରୁନଥିବାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା ।
ବିଷାକ୍ତ ଫଳ ଖାଇ ୩ ଶିଶୁ ଅସୁସ୍ଥ : ମେଡିକାଲରେ ଭର୍ତ୍ତି !!!

