ବାଣପୁର ବକ୍ସି ଜଗବନ୍ଧୁ ବିଦ୍ୟାଧର ବିଦ୍ୟାମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ !!!

0
273
Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶୁକ୍ରବାର ଅପରାହ୍ନରେ ବାଣପୁର ରୋଡ଼ ଅଲାହିଡିହ ସ୍ଥିତ ବି. ଜେ. ବି ବିଦ୍ୟାମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ସଭାପତି ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ତଥା ସମ୍ପାଦକ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଦ୍ୟା ମନ୍ଦିରର ପରିସର ମଧ୍ୟ୍ୟରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣପୁର ବି. ଇ. ଓ ସନାତନ ଜାଲି ଯୋଗଦେଇ ଶିକ୍ଷାର ଭାରତୀୟତା, ଶିଶୁ ମନ୍ଦିର ହେଉଛି ମଣିଷ ତିଆରି କାରଖାନା,ଉତ୍ତମ ନୀତି ଆଦର୍ଶ, ଉତ୍ତମ ଆଚାର ବ୍ୟବହାର,ଆଦର୍ଶ ଶିକ୍ଷକ ଥିଲେ ଆଦର୍ଶ ଶିକ୍ଷା ହୋଇ ପାରିବ ବୋଲି ଅଭିଭାଷଣରେ କହିଥିଲେ l ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, କନକ ନ୍ୟୁଜ, ଭୁବନେଶ୍ୱରର ସଂଗ୍ରାମ କେଶରୀ ଷଡ଼ଙ୍ଗୀ ଯୋଗ ଦେଇ ବିଦ୍ୟା ମନ୍ଦିର ହେଉଛି ଆର୍ଦଶ ମଣିଷ ତିଆରି କାରଖାନା, ଆବଶ୍ୟକତାରେ ପୂର୍ଣ୍ଣ କରିବା, ଉତ୍ତମ ଚରିତ୍ର ଗଠନ, ଭଲ ମଣିଷ ଅପେକ୍ଷା କରିବା, ନୈତିକତା,ପରମ୍ପରା, ଐତିହ, ସଂକୃତି, ଧର୍ମ ହିଁ ଆମ ଜୀବନର ମାନବିନ୍ଦୁ,ଶୈଶିକ ପରିବେଶକୁ ସୃଦୃଢ କରିବା କଥା ଉର୍ନତ ମାନର ଶିକ୍ଷା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ l

ସମ୍ମାନିତ ଅତିଥି ଭାବେ ବାଣପୁର ପ୍ରାକ୍ତନ ଏ. ବି. ଇ. ଓ ଲକ୍ଷ୍ମୀଧର ପ୍ରଧାନ , ଗଣମାଧ୍ୟମ ପ୍ରତିନିଧି ଶକ୍ତି ପ୍ରସାଦ ମହାପାତ୍ର , ଶିକ୍ଷାବିତ, ପ୍ରାକ୍ତନ ରାଜ୍ୟ ସମ୍ପାଦକ ଓଡିଶା ଶିକ୍ଷା ସହାୟକ ସଙ୍ଘ ଦେବେନ୍ଦ୍ର କୁମାର ମହାରଣା , ଓଡ଼ିଆ ଅଧ୍ୟାପିକା, ଜି. କେ ବିଜ୍ଞାନ ମହାବିଦ୍ୟାଳୟ, ଗଞ୍ଜାମ ଶ୍ରୀମତୀ ଜ୍ୟୋସ୍ନା କୁମାରୀ ପ୍ରଧାନ,ଟୁଇଟ ବାର୍ଡର ଅଧକ୍ଷ ସୁରେଶ କୁମାର ଦାସ,ବିଦ୍ୟା ମନ୍ଦିର ର ସଭାପତି ମନୋଜ କୁମାର ମହାନ୍ତି, ପରିଚାଳନା କମିଟିର ସଭାପତି ତପନ କୁମାର ମହାନ୍ତି , ଉପଦେଷ୍ଟା ବିଜୟ କୁମାର ପାଢ଼ୀ ଯୋଗଦେଇ ,ଗୁରୁ ଶିଷ୍ୟ ଭିତରେ ଉତ୍ତମ ସମ୍ପର୍କ, ସଂସ୍କlର, ଅଧାତ୍ମିକ, ମାନସିକ, ଶାରୀରିକ, ନିଜର ଇଛା ଶକ୍ତି,ସମାଜରେ ଜଣେ ଭଲ ମଣିଷ କିପରି ହୋଇ ପାରିବ ମତବ୍ୟକ୍ତ କରିଥିଲେ l ଏହି ଅବସରରେ ପ୍ରାରମ୍ଭରେ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରି ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ବିଦ୍ୟାମନ୍ଦିରର ସଭାପତି ଅତିଥି ପରିଚୟ ପ୍ରଦାନ କରିଥିଲେ l ପରେ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରିବା ପରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଜାତୀୟ ସଙ୍ଗୀତ ପରିବେଷଣ ପରେ ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ l ବିଭିନ୍ନ କ୍ଷେତ୍ରରେ ପାରଦଶ୍ରୀତା ଅର୍ଜନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ l ଗୁରଜୀ ମଦନ କୁମାର ବେହେରା ଧନ୍ୟବାଦ ଅର୍ପଣ କରଥିଲେ l ସଭା ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଉତ୍ସବରେ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ଛାତ୍ର ଛାତ୍ରୀ, ଅଭିଭାବକ ମାନେ ଓ ପରିଚାଳନା କମିଟି ପ୍ରମୁଖ ଉପସ୍ଥିତ ଥିଲେ l

 

Leave a reply

  • Default Comments (0)
  • Facebook Comments
Please enter your comment!
Please enter your name here