ଜୟ ଶ୍ରୀରାମ ନାରା ରେ କମ୍ପିଲା ବରିହାପାଲି ଗ୍ରାମ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି – ଜୟ ଶ୍ରୀରାମ ନାରା ରେ କମ୍ପିଲା ବରିହାପାଲି ଗ୍ରାମ ! ବରଗଡ ଜିଲ୍ଲା ରାଜବୋରାସମ୍ବର ବ୍ଲକ ବରିହାପାଲି ଗ୍ରାମ ରେ ପ୍ରଭୁ ଶ୍ରୀରାମ ଙ୍କ ପ୍ରତିଷ୍ଠା ଉତ୍ସବ ହର୍ଷ ଉଲ୍ଲାସ ରେ ପାଳିତ ହୋଇଛି ! ଭୋର ପାଞ୍ଚ ଟା ରୁ ପ୍ରଥମେ ରାମ ଧୁନ ଏବଂ ହନୁମାନ ଚାଳିଶା ଭଜନ ଲଗାଇ ଗ୍ରାମ ପରିକ୍ରମା କରାଯାଇଥିଲା ଓ ତା ପରେ କଳସ ଶୋଭାଯାତ୍ରାରେ ଗ୍ରାମ ପୋଖରୀ ରୁ ମହିଳା ମାନେ କଳସ ଆଣି କୀର୍ତନ ମଣ୍ଡଳୀ ରେ ସ୍ଥାପନ କରିଥିଲେ ଏବଂ ତା ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଛି ! ପରିଶେଷରେ ରାମ ଲଖ୍ମଣ ସୀତା ଓ ହନୁମାନ ବେଶ ରେ ଛୋଟ ପିଲା ମାନଙ୍କୁ ସଜା ଯାଇ ଗ୍ରାମ ପରିକ୍ରମା କରାଗଲା ଓ ଗ୍ରାମ ମନ୍ଦିର ରେ ଦୀପ ପ୍ରଜ୍ଜଳନ କରାଗଲା !

Leave a Reply

Your email address will not be published. Required fields are marked *