ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଅଗ୍ନିକାଣ୍ଡ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ – ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଅଗ୍ନିକାଣ୍ଡ ! ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ମୁଖ୍ୟ ରାଜପଥ କଡରେ ଥିବା କ୍ରେପ ସର୍ଭିସ ସେଣ୍ଟର ରେ ଗ୍ୟାସ ଟାଙ୍କିରେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ କ୍ରେପ ସର୍ଭିସ ସେଣ୍ଟର ନିକଟରେ ରହୁଥିବା କ୍ଷେତ୍ର ମୋହନ ପାତ୍ରଙ୍କ ବୋରୱେଲ କର୍ମଚାରୀ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକେଜ୍ ହୋଇ ଗ୍ୟାସ ଟାଙ୍କିରେ ନିଆଁ ଲାଗି ଯାଇଥିଲା । ଗ୍ୟାସ ଟାଙ୍କିରେ ଲାଗିଥିବା ନିଆଁକୁ ସ୍ଥାନୀୟ ଲୋକମାନେ ଆୟତ୍ତ କରିବାର ବିଫଳ ହୋଇ ଭୟଭୀତ ହୋଇଥିଲେ । ତେବେ ଅଗ୍ନିକାଣ୍ଡ ସମ୍ପର୍କରେ ତୁରନ୍ତ ସୁକିନ୍ଦା ଦମକଳ ବାହିନୀ କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥଲେ । ଫାୟାର ଅଫିସର ରଜନୀକାନ୍ତ ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ଫାୟାର୍ କର୍ମଚାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସତର୍କତା ଅବଲମ୍ବନ କରି ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଥିଲା । ଗ୍ୟାସ ଟାଙ୍କିରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରୁ ବଡ଼ ବିପଦ ଟଳି ଯାଇଥିବାରୁ ସ୍ଥାନୀୟ ଲୋକେ ଫାୟାର କର୍ମଚାରୀ ମାନଙ୍କ ସାହସିକ କାର୍ଯ୍ୟକୁ ସାଧୁବାଦ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *