ମାଗଣା ସ୍ୱାସ୍ଥ୍ୟ ସେବାରେ ଉପକୃତ ହେଲେ 300 ରୁ ଅଧିକ ରୋଗୀ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ – ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମପଞ୍ଚାୟତ ଗୁଡ଼ୁମ ଗ୍ରାମର ଵାଣିଶ୍ରୀ ଶିକ୍ଷା ନିକେତନ ବିଦ୍ୟାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରକୁ ଦୁର୍ଗାପୁର ପଞ୍ଚାୟତର ଯୁବଗୋଷ୍ଠି, ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟା ଏବଂ ପଞ୍ଚାୟତର ଅନେକ ସ୍ୱେଚ୍ଛାସେବୀ ଆୟୋଜନ କରିଥିବା ସ୍ଥଳେ ଏହାକୁ ପରିଚାଳନା କରିଥିଲେ ଭୁବନେଶ୍ୱର AIIMS ହସ୍ପିଟାଲର 8 ଜଣ କର୍ମକର୍ତ୍ତା I ଏହି ଶିବିରରେ ମୁଖ୍ୟତଃ ଅର୍ଥପେଡ଼ିକ, ଇ. ଏନ. ଟି, ଗାଇନୋକୋଲୋଜି ଏବଂ ଜେନେରାଲ ସର୍ଜରୀ ବିଭାଗର ବରିଷ୍ଠ ଡାକ୍ତର ମାନେ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ରୋଗୀ ମାନଙ୍କୁ ପରୀକ୍ଷା କରି ଉପଯୁକ୍ତ ପରାମର୍ଶ ସହିତ ମାଗଣା ଔଷଧ ବଣ୍ଟନ କରିଥିଲେ I ଶିବିରରେ ମୋଟ 314 ଜଣ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ I ପରିଶେଷରେ ଏକ ସଭା ମାଧ୍ୟମରେ ଏମ୍ସର ବରିଷ୍ଠ ଡାକ୍ତର ମାନେ ବ୍ରେଷ୍ଟ କ୍ୟାନ୍ସରର ଲକ୍ଷଣ ଏବଂ ଅଗାମି ଦିନରେ ଏଭଳି ଏକ ଭୟବହ ରୋଗରୁ କିଭଳି ଭାବରେ ମୁକ୍ତି ମିଳିବ ସେ ବିଷୟରେ ମହିଳା ମାନଙ୍କୁ ବୁଝାଇଥିଲେ l

Leave a Reply

Your email address will not be published. Required fields are marked *