ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ବାଣପୁର ଏବଂ ଆଖପାଖ ଅଞ୍ଚଳ କୁ ନେଇ ଗଠିତ ଉମାମହେଶ୍ୱର କେବୁଲ ଟିଭି ଆସୋସିଏସନ ସମ୍ପାଦକ ତଥା ଯୁବ ବ୍ୟବସାୟୀ ବଡକୁଳ ଅଞ୍ଚଳର ମାଧବ ଧୋରା (୩୭) ଶୁକ୍ରବାର ରାତ୍ରି ସମୟରେ ଘରେ ଚୌକି ରେ ବସିଥିବା ସମୟରେ ହଠାତ ତଳେ ପଡି ଯାଇଥିଲେ l ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏହା ପ୍ରଚାର ହେବା ମାତ୍ରେ ବଡକୁଳ ଓ ବାଲୁଗାଁ ଅଞ୍ଚଳ ର ବହୁ ଲୋକ ଡାକ୍ତରଖାନାରେ ପହଁଚିଥିଲେ l କାଳିଆଙ୍କ ମୃତ୍ୟୁ ଖବରରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l କାଳିଆ ବହୁତ ଦିନଧରି ଟିଭି କେବୁଲ ଓ ବିଭିନ୍ନ ବ୍ୟବସାୟ କରୁଥିଲେ l ବନ୍ଧୁବତ୍ସଳ ଭାବରେ ବେଶ ପରିଚିତ ଥିଲେ l କାଳିଆଙ୍କ ବାପା, ମାଆ, ଧର୍ମପତ୍ନୀ ସହ ତିନୋଟି କନ୍ୟା ଅଛନ୍ତି l ଶନିବାର କାଳିଆ ଙ୍କ ପରିବାର ଓ ଆତ୍ମୀୟ ସଜନ ଙ୍କ ଉପସ୍ଥିତି ରେ ବଡକୁଳ ସ୍ଥିତ ଶ୍ମଶାନରେ ତାଙ୍କ ଶବ ସତ୍କାର କରାଯାଇଥିଲା l ଶବ ସତ୍କାର ସମୟରେ ଆସୋସିଏସନର ସଭାପତି ପ୍ରକାଶ କୁମାର ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟ ଓ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ l
ହୃଦଘାତରେ ଉମାମହେଶ୍ୱର କେବୁଲ ଟିଭି ଆସୋସିଏସନ ସମ୍ପାଦକ ଙ୍କ ମୃତ୍ୟୁ !!!

