ପାରାଦ୍ଵୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଗୋ ମାତାର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ପାରାଦୀପ ବଜରଙ୍ଗ ଦଳର ଲଢ଼ୁଆ ଯୁବକ | ପାରାଦୀପ ରେ ସମସ୍ତ ୧୯ ଗୋଟି ୱାର୍ଡ ର ସଂଯୋଜକ , ସହ ସଂଯୋଜକ ଓ କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ଆଗାମୀ ଦିନରେ ଗୋ ଚାଲାଣ ଓ ଗୋ ସୁରକ୍ଷା ଦିଗରେ ବଡ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି | ଦୀର୍ଘଦିନ ହେବ ସେମାନେ ପାରାଦୀପ ପ୍ରଶାସନ କୁ ଗୋ ଚାଲାଣ ସମ୍ପର୍କରେ ଅବଗତ କରାଇଥିବା ବେଳେ ଫଳ ଶୂନ | ସେହିପରି ଅନେକ ସମୟରେ ରାସ୍ତା ଘାଟରେ ଗୋ ମାତା ଦୁର୍ଘଟଣା ର ଶିକାର ହେଉଥିବା ବେଳେ ସେମାନଙ୍କ ପାଇଁ ଆମ୍ବୁଲାନ୍ସର ବ୍ୟବସ୍ତା କରିବାକୁ ମଧ୍ଯ ସେମାନେ ଦୀର୍ଘଦିନ ହେବ ଦାବି କରି ଆସୁଛନ୍ତି | ପୁନର୍ବାର ସମସ୍ତ ପ୍ରଶାସନିକ ଅଧିକାରୀ ଓ ବନ୍ଦର କର୍ତ୍ତୁପକ୍ଷ ଙ୍କୁ ଏହି ବିଷୟରେ ଲିଖିତ ଭାବେ ଦିଆଯିବା ସହ ୧୫ ଦିନ ଭିତରେ ଏହାର ପ୍ରତିକାର ନକଲେ ବଜରଙ୍ଗ ଦଳ ରାଜରାସ୍ତା କୁ ଓହ୍ଲାଇବ ବୋଲି ସେମାନେ ଚେତାବନି ଦେଇଛନ୍ତି ।
ଦାବି ପୂରଣ ନହେଲେ ରାଜ ରାସ୍ତାକୁ ଓହ୍ଲାଇବ ବଜରଙ୍ଗ ଦଳ !!!

