ବିଦ୍ୟାଳୟ ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦଙ୍କ ବିଦ୍ୟାଳୟ ନିର୍ମାଣ ସମୀକ୍ଷା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ଥିବା ମହେନ୍ଦ୍ରଗିରି ସରକାରୀ (ପୌର) ଉଚ୍ଚ ବିଦ୍ୟାଳୟ ଭାରତ ସରକାରଙ୍କ ଦ୍ୱାରା ନୂତନ କୋଠା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ନିର୍ମାଣ ପାଇଁ ଅନୁମୋଦିତ ହୋଇଛି।ଏହାର ନିର୍ମାଣ କାମ ଜୋରସୋରରେ ଚାଲିଛି। ଜିଲ୍ଲା ଶିକ୍ଷା ବିଭାଗ ତତ୍ୱାବଧାନରେ ଏହି ନିର୍ମାଣ କାମ ଜାରି ରହିଛି।ଗତକାଲି ବିଦ୍ୟାଳୟର ପୁରାତନ ଛାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଏହି ନିର୍ମାଣ କାମର ସମୀକ୍ଷା କରିଥିଲେ।ସର୍ବଶିକ୍ଷା ଅଭିଯାନର ସହକାରୀ ଯନ୍ତ୍ରୀ ତ୍ରିପତି ପାତ୍ର ଉପସ୍ଥିତ ଥିଲେ।ବିଦ୍ୟାଳୟର ପ୍ରଥମ ମହଲାରେ ସମ୍ମିଳନୀ କକ୍ଷ ନିର୍ମାଣ ଚାଲିଛି।ଏହି ବିଦ୍ୟାଳୟର ବାର୍ଷିକୋସ୍ଛବ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମର ସୁଯୋଗ ଯୋଗାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହାର ବାମପାର୍ଶ୍ଵରେ ୧୦×୧୦ ଫୁଟର ଗୋଟିଏ ବଖରା କରାଯିବାକୁ ପ୍ରସ୍ତାବ ଦିଆଗଲାଦିଆଗଲା।ଏହାର ଡାହାଣ ପାର୍ଶ୍ୱରେ ଅତିଥିମାନଙ୍କ ସକାଶେ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ ତଥା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଂକ ସକାଶେ ଆଉ ଦୁଇଟି ଶୌଚାଳୟ ଓ ଚାରିଗୋଟି ପରିଶ୍ରାଗାର କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଗଲା।ଏହାର ସଂପୂର୍ଣ୍ଣ ଦାୟୀତ୍ୱ ବିଦ୍ୟାଳୟ ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦର ସଭ୍ୟମାନେ ଅହରହ ସମୀକ୍ଷା କରୁଛନ୍ତି ଏବଂ ଆବଶ୍ୟକ ପରାମର୍ଶ ଦେଉଛନ୍ତି।ନିର୍ମାଣ କାମ ସନ୍ତୋଷଜନକ ରହିଛି ଯାହା କମିଟି ଓ ପୁରାତନ ଛାତ୍ର ବନ୍ଧୁମାନେ ହ୍ରୁଦବୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା,ଭାଗବତ ପାଢୀ ଏବଂ ରଘୁନାଥ ବରାଡଂକ ସହ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ସସ୍ମିତା ଗନ୍ତାଏତ ଉପସ୍ଥିତ ଥିଲେ। ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଶିକ୍ଷକ ରାମଶଂକର ଗନ୍ତାଏତ ଏହାକୁ ପରିଚାଳନା କରିଥିଲେ। କେନ୍ଦ୍ର ସରକାରସରକାରଙ୍କ ଶିକ୍ଷା ମନ୍ତ୍ରଣା ମନ୍ତ୍ରଣାଳୟ ତରଫରୁ ଏହି ନବୀକରଣ କାର୍ଯ୍ୟକ୍ରମ ପାଇଁ କମିଟି ଓ ପୁରାତନ ଛାତ୍ରମାନେ ସାଧୁବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *