ଡି.ଆର.ଏମ ଙ୍କ ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରେଳ ଷ୍ଟେସନ ଠାରେ ରେଳ ବିଭାଗ ପକ୍ଷରୁ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମିକ୍ଷା କରିବା ନିମନ୍ତେ ଇଷ୍ଟକୋଷ୍ଟ ୱାଲ୍ଟିୟର ଡିଭିଜ୍‌ନର ଡି. ଆର୍‌. ଏମ୍ ସୌରଭ ପ୍ରସାଦ ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି । ପ୍ଲାଟଫର୍ମର ଉନ୍ନତି କରଣ, ଲେବେଲ କ୍ରସିଙ୍ଗ ସହ ନିର୍ମାଣ ଧୀନ ରେଳ ଷ୍ଟେସନର କୋଠା, ରେଳ ଷ୍ଟେସନର ଲମ୍ବା ଓ ଉଚ୍ଚତା କୁ ବୁଲି ଦେଖିଥିଲେ । ପ୍ଲାଟଫର୍ମ କରାଯିବ ଯେପରିକି ଅଧିକ ବଗି ଥିବା ଟ୍ରେନ ଗୁଡିକ ପାରଳାଖେମୁଣ୍ଡିକୁ ସମ୍ପ୍ରସାରଣ କରିହେବ । ଗୁଣୁପୁରୁ ଓ ଥେରୁବାଲି ରେଳ ରାସ୍ତା ସମ୍ପ୍ରସାରଣ ରେଲୱେ ବୋର୍ଡରେ ନିକଟରେ ତଦାରକ ଚାଲିଛି ଏବଂ ଏହାକୁ ରେଳମନ୍ତ୍ରୀ ନିଜେ ତଦାରକ କରୁଛନ୍ତି ଯଥାଶିଘ୍ର ଏହା ସମ୍ପ୍ରସାରଣ ହେବାର ସମ୍ଭାବନା ରହିଥିବା ଐିତିହ ସମ୍ପୁଣ୍ଣ ପାରଳାଖେମୁଣ୍ଡି ଷ୍ଟେସନ ଏକ ନୁଆରୁପ ପାଇବ ବୋଲି ଡି. ଆର. ଏମ ସୂଚନା ଦେଇଛନ୍ତି । ଡି ଆର ଏମ୍ ଙ୍କ ଗସ୍ତ ସମୟରେ ପାରଳାଖେମୁଣ୍ଡି ବିଭିନ୍ନ ସଙ୍ଗଠନ ପକ୍ଷରୁ ବିଭିନ୍ନ ଦାବୀ ଉପସ୍ଥାପନା କରାଯାଇଥିଲା।

Leave a Reply

Your email address will not be published. Required fields are marked *