ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ ବ୍ଲକ ଧଳାପଥର ପଞ୍ଚାୟତ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମର ଗ୍ରାମବାସୀ ଜବର ଦଖଲ ଉଚ୍ଛେଦ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଠାରେ ପ୍ରକାଶ ଥାଉକି ଠଣାପଲ୍ଲୀ ଗ୍ରାମର ଗଣନାଥଙ୍କ ପତ୍ନୀ ଶାନ୍ତିଲତା ଶତୃସଲ୍ୟ ସରକାରୀ ଗୋଚର ଜମି ସହିତ ପୋଖରୀ ହୁଡା ଜବରଦଖଲ କରି ନେଇଥିବାରୁ ଏହାକୁ ଉଚ୍ଛେଦ କରିବା ପାଇଁ ଗତ 30.4.2023 ରିଖରେ ଠଣାପଲ୍ଲୀ ଗ୍ରାମବାସୀ ବୋଲଗଡ଼ ତହସିଲଦାର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ । ବୋଲଗଡ଼ ତହସିଲଦାର ଉକ୍ତ ଜାଗା ପରିଦର୍ଶନ ସହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହା କାର୍ଯ୍ୟକାରୀ ନହେବାରୁ ଠଣାପଲ୍ଲୀ ଗ୍ରାମବାସୀ ଗତ 5.4.2023ରିଖରେ ଧଳାପଥର ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ବୋଲଗଡ଼ ତହସିଲଦାର ଧଳାପଥର ଫାଣ୍ଡି ଅଧିକାରୀଙ୍କ ମାଧ୍ୟମରେ ଠଣାପଲ୍ଲି ଗ୍ରାମର 51ଜଣ ପୁରୁଷ ଓ ମହିଳାଙ୍କ ନାମରେ କେସ ରୁଜୁ କରିଥିଲେ । ଠଣାପଲ୍ଲୀ ଗ୍ରାମବାସୀ ଏହାର ପ୍ରତିବାଦ କଲେ ମଧ୍ୟ କେହି ଶୁଣିଲେ ନାହିଁ, ବାଧ୍ୟ ହୋଇ ଗ୍ରାମବାସୀ ମାନେ ଜବର ଦଖଲ ଉଚ୍ଛେଦ ଆଇନ ଅନୁଯାୟୀ କେସ କଲେ । ଖୋର୍ଦ୍ଧା ଉପଜିଲ୍ଲାପାଳ ଏହାକୁ ବିଚାରକୁ ନେଇ 21.11.23 ରେ ଉକ୍ତ ଜାଗା ଉଚ୍ଛେଦ ପାଇଁ ବୋଲଗଡ଼ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଲେ । ମାତ୍ର ଏହା ଭିତରେ ଦୁଇ ମାସ ବିତିଯାଇ ଥିଲେ ହେଁ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଠଣାପଲ୍ଲୀ ଗ୍ରାମବାସୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ଆସି ନ୍ୟାୟ ମାଗିଛନ୍ତି । ପନ୍ଦର ଦିନ ମଧ୍ୟରେ ଉଚ୍ଛେଦ କରା ନଗଲେ ବାଧ୍ୟ ହୋଇ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଠଣାପଲ୍ଲୀ ଗ୍ରାମବାସୀ ଧାରଣା ଦେବାକୁ କହିଛନ୍ତି। ଶାନ୍ତିଲତାଙ୍କର ବହୁ ସମ୍ପତି ଥିବା ବେଳେ ଧଳାପଥର ରାଜସ୍ବ ଅଧିକାରୀ ଓ ବୋଲଗଡ଼ ତହସିଲଦାର ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଣୁ ସମସ୍ତ ଗ୍ରାମବାସୀ ଏକଜୁଟ ହେଇ ଧାରଣା ଦେବାକୁ ବିଭାଗୀୟ ଅଧିକାରୀ, ପୋଲିସ ପ୍ରଶାସନ ଓ ନେତୃବର୍ଗଙ୍କୁ ଅବଗତ କରାଇଵାକୁ ନିଷ୍ପତି ନେଇଛନ୍ତି ।
ଜବର ଦଖଲ ଉଚ୍ଛେଦ ଦାବି ରେ ଗ୍ରାମବାସୀଙ୍କ ପ୍ରେସମିଟ !!!

