ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଥିବା ସେଞ୍ଚୁ ରିୟାନ ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଅନ୍ତର୍ଗତ ସ୍କୁଲ ଅଫ ଭେଟେନେରୀ ଏବଂ ଆନିମାଲ ସାଇନ୍ସ ଭୁବନେଶ୍ୱର ଓଡ଼ିଶା କେନେଲ କ୍ଲବର ମିଳିତ ଆନୁକୂଲ୍ୟରେ ଡ଼ଗ୍ ସୋ ସିୟୁଟିଏମ୍ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା।ଏହା ଗଜଜ୍ୟୋତି 2024 ଫେଷ୍ଟିଭାଲ କାର୍ଯ୍ୟକ୍ରମ ଏକ ଅଂଶ ଭାବରେ ଆୟୋଜିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନ ର ଉପ ସଭାପତି ପ୍ରଫେସର ଡି ଏନ୍ ରାଓ ଯୋଗ ଦେଇ ଡ଼ଗ୍ ସୋକୁ ଉଦଘାଟନ କରିଥିବା ବେଳେ ପ୍ରଫେସର ଆର.କେ.ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ପ୍ରଶାସକ ଡ଼. ଦୁର୍ଗା ପ୍ରସାଦ ପାଢ଼ୀ ପରିଚାଳନା କରି ଥିଲେ।ଏହି ସୋରେ ଗୋଲଡେନ୍ ରିଟ୍ରିଭର,,ସେଣ୍ଟବର୍ଣ୍ଣ।ଡ଼,ଲାବ୍ରାଡୋର ରିଟ୍ରିଭର,ଡାଚୁଣ୍ଡ,ପୋମେରାନିଆନ୍, କେନର୍ସ, ରଟଫିଲର,ବକ୍ସର, ବିଗଲ ସିହ୍ ଟୁଜୁ,ଜର୍ମାନ ସେଫେଡ଼ସ୍ଏବଂ ଅଣ- ବର୍ଣ୍ଣନାକାରି କୁକୁର ପରି ତିରିଶରୁ ଅଧିକ ପ୍ରଜାରିର କୁକୁରଙ୍କୁ ଉପସ୍ଥାପନ କରା ଯାଇଥିଲା।ବିଚାରକ ଭାବେ ସୁବ୍ରତ ପୁଷ୍ଟି, ଡ଼ ଏମ୍ ଜୀ ଜୟଥଙ୍ଗ।ରାଜ୍ ଓ ଡ଼ ବିମଳ କୁମାର ଚୌଧୁରୀ ଯୋଗ ଦେଇଥିଲେ।କୁକୁର ଙ୍କୁ ସେମାନଙ୍କର ସର୍ବୋତ୍ତମ ପଦର୍ଶନ ଏବଂ ଆଜ୍ଞା ପାଳନ ପାଇଁ ନଗଦ ପୁରସ୍କାର ଏବଂ ମୋମେଣ୍ଟ ଦେଇ ପୁରସ୍କୃତ କରାଯାଇଥିଲା।ଏଥିରେ ଭାଗ ନେଇଥିବା ସମସ୍ତ ଅଂଶ ଗ୍ରହଣକାରୀ ଙ୍କୁ ମଧ୍ୟ ଅଂଶ ଗ୍ରହଣ ପ୍ରମାଣ ପତ୍ର ଏବଂ ମୋମେଣ୍ଟସହିତ ସମ୍ମାନିତ କରାଯାଇଥିଲା ।
ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ “ଡ଼ଗ୍” ସୋ ଆୟୋଜିତ !!!

