ପ୍ରଜାପିତ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ବାଲୁଗାଁ ଶାଖା ରେ ଜାଗର ଉତ୍ସବ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଅଞ୍ଚଳ ର ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଆଶ୍ରମ ପରିସର ରେ ଜାଗର ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ ସମୟ ରେ ଶତାଧିକ ଭାଈ ଭଉଣୀ ଧ୍ୟାନ ଓ ରାଜ ଯୋଗ ସାରିବା ପରେ ବ୍ରହ୍ମା ବାବା ଙ୍କ ମୁରଲୀ ଶୁଣିବା ଓ ପରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯକ୍ରମ ରେ ମୂଖ୍ୟ ଅତିଥି ଭାବେ ସମାଜସେବୀ ପ୍ରଦୀପ କୁମାର ସ୍ବାଇଁ ଏବଂ ସମ୍ମାନୀତ ଅତିଥି ଭାବେ ଭାରତୀୟ ନୌସେନା ର ମହିଳା ସଙ୍ଘ ର ମୁଖ୍ୟ ବିନ୍ଦୁ ଦେବୀ ଯୋଗ ଦେଇଥିଲେ । ମଞ୍ଚ କାର୍ଯକ୍ରମ ସମାପ୍ତ ପରେ ଅତିଥି ମାନେ ଆନୁଷ୍ଠାନିକ ଭାବେ ପୂର୍ବ ରୁ ଶିବ ଜ୍ୟୋତି, ଝଣ୍ଡା ଏବଂ ପୁଷ୍ପ ରେ ସଜ୍ଜିତ ଥିବା ଏକ ମୋଟର ଯାନ କୁ ପତାକା ଦେଖାଇ ଶୁଭାରମ୍ଭ କରିଥଲେ । ମୋଟର ଯାନ ଟି ସାତ ଦିନ ଧରି ଆଖ ପାଖ ଅଞ୍ଚଳ ର ବିଭିନ୍ନ ସ୍ଥାନ ପରିକ୍ରମା କରିବା ସହିତ ଆଧ୍ୟାତ୍ମିକ ବାର୍ତ୍ତା ଏବଂ ମାନବ ସମାଜର ଉପକାର ନିମନ୍ତେ ଉଚିତ୍ ମାର୍ଗ ଉପରେ ଆଲୋକପାତ କରିବା ଭଳି କାର୍ଯ୍ୟକ୍ରମ କରି ଚାଲିବ । ଉକ୍ତ କାର୍ଯକ୍ରମ କୁ ବାଲୁଗାଁ ଶାଖାର ମୁଖ୍ୟ ସରିତା ଭଉଣୀ ପରିଚାଳନା କରିଥିଲେ ଏଵଂ ଭଉଣୀ ଲତା ସହଯୋଗ କରିଥିଲେ। ଶେଷ ରେ ପ୍ରାସାଦ ପାଇ ସମସ୍ତେ ଖୁସି ଅନୁଭବ କରିଥିଲେ ।

Leave a Reply

Your email address will not be published. Required fields are marked *