୪୨ ମୌଜାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଏରଞ୍ଚ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ପ୍ରୌଢ ନିବାସ ଆନୁକୁଲ୍ୟରେ କଟକ ମଙ୍ଗଳାବାଗର ପ୍ରକାଶ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଚକ୍ଷୁ ବିଶେଷଜ୍ଞ ଡଃ. ଅଶୋକ କୁମାର ଉପାଧ୍ୟାୟ, ସହକାରୀ ଆଶୁତୋଷ ପଣ୍ଡା ଓ ସରସ୍ଵତୀ ନାୟକ ପ୍ରମୁଖ ଚକ୍ଷୁ ଚିକିତ୍ସା ଶିବିରରେ ଉପସ୍ଥିତ ଥିଲେ । ୧୨ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇଥିଲା । ୩ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ପ୍ରକାଶ ଚକ୍ଷୁ ଚିକିତ୍ସାଳୟ ନିଆଯାଇଥିଲା।‌ କାର୍ଯ୍ୟକ୍ରମକୁ ପୌଢ ନିବାସର ମୁଖ୍ୟ ପରିଚାଳକ ଇ°. ମନମୋହନ ପତି, ଅନୁପମ ପତି, ଅଭୟ କୁମାର ସ୍ବାଇଁ ଓ ଆଶିଷ କୁମାର ପତି ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *