ଏକାମ୍ର ରୁ ସ୍ୱାଧୀନ ଭାବରେ ଲଢ଼ିବେ ବିରଞ୍ଚି ନାରାୟଣ ମହାସୁପକାର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ମିଳିଲାନି ଦଳୀୟ ଟିକେଟ , ନିରାଶ କଲେ ସୁପ୍ରିମୋ ! ଏକାମ୍ର ରୁ ସ୍ୱାଧୀନ ଭାବରେ ଲଢ଼ିବେ ବିରଞ୍ଚି ନାରାୟଣ ମହାସୁପକାର ! ଚାରି ଚାରି ଥର କର୍ପୋରେଟର ଭାବରେ ନିର୍ବାଚିତ ହୋଇଥିବା ବିରଞ୍ଚି ନାରାୟଣ ମହାସୁପକାର ବିଜେଡି ଟିକେଟ ରେ ଲଢ଼ିବା ପାଇଁ ଫ୍ରେବୁଆରୀ ମାସରୁ ଆରମ୍ଭ କରିଥିଲେ ଲବି ! ବନ୍ଧୁମିଳନ ଜରୀଆରେ ଶକ୍ତି ପ୍ରଦର୍ଶନ , ନବୀନ ନିବାସ ଯାଇ ବିଧାୟକ ପ୍ରାର୍ଥୀ ଭାବରେ ମନୋନୟନ ପାଇଁ ଦରଖାସ୍ତ ପ୍ରଦାନ , କର୍ମୀ ସମ୍ମିଳନୀ ଆୟୋଜନ କରି ସାଙ୍ଗଠନିକ ଦକ୍ଷତା ପ୍ରତିପାଦନ ମଧ୍ୟ କରିଥିଲେ ! ତେବେ ଦଳୀୟ ନିଷ୍ପତ୍ତି ଅନୁଯାୟୀ ଅଶୋକ ପଣ୍ଡାଙ୍କୁ ମିଳିଥିଲା ଟିକେଟ ! ଏଥିରେ ଅସନ୍ତୁଷ୍ଟ ହୋଇଛନ୍ତି ଏକାମ୍ର ବିଜେଡି କର୍ମୀ , ସର୍ବ ସମ୍ମତି କ୍ରମେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବା ପାଇଁ ହୋଇଛି ନିଷ୍ପତ୍ତି ! ଜନମତ ସର୍ବୋପରି , ଆସନ୍ତା ନିର୍ବାଚନରେ ଏକାମ୍ର ରେ କିଏ ଜିତିବ ତାହା ତ କହିବା କଷ୍ଟ , କିନ୍ତୁ ଯଦି ବିରଞ୍ଚି ନାରାୟଣ ମୈଦାନକୁ ଓହ୍ଲାନ୍ତି ତେବେ ଅଶୋକ ପଣ୍ଡା ହାରିବାଟା ଥୟ ବୋଲି ଚର୍ଚ୍ଚା ହେଉଛି !

Leave a Reply

Your email address will not be published. Required fields are marked *