ଆସନ୍ତା ୧୫ ରେ ବାଙ୍କୀ ରେ ବିଜେଡି ର ମିଶ୍ରଣ ପର୍ବ – ଚର୍ଚ୍ଚାରେ ଖଜୁରୀପଦା ନୂଆଗାଁ କର୍ମୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ଥିବା ବେଳେ , ବାଙ୍କୀ ରେ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା ! ଶାସକ ବିଜେଡି ବାଙ୍କୀ ରେ ଯୁବ ନେତା ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଟିକେଟ ଦେଇଥିବା ସମୟରେ ବିଜେପି ଟିକେଟ ହାତେଇଛନ୍ତି ତୁଷାରକାନ୍ତ ଚକ୍ରବର୍ତ୍ତୀ ! କଂଗ୍ରେସ ର ପ୍ରାର୍ଥୀ କିଏ ହେବ ତାହା ଏବେବି ଦ୍ବନ୍ଦରେ ! ତେବେ ଏପରି ସ୍ଥିତିରେ ଆସନ୍ତା ପନ୍ଦର ତାରିଖରେ ବାଙ୍କୀ ବିଜେଡି ର ଏକ ମିଶ୍ରଣ ପର୍ବ ଆୟୋଜନ ହେବାର ଖବର ସାମନାକୁ ଆସିଛି ! ବିଜେଡି ର ମିଶ୍ରଣ ପର୍ବ ତ ଚାଲିଛି . ବିଗତ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧ୍ୟ ବହୁ ପଞ୍ଚାୟତ ସ୍ତରୀୟ ନେତା କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ମିଶିଥିଲେ ! ତେବେ ଏବେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବକୁ ନେଇ ଚର୍ଚ୍ଚା ଏଇଥିପାଇଁ ଯେ , ଏଥର ବିଜେଡି ନେତା ଙ୍କ ଟାର୍ଗେଟ ରେ ଖଜୁରୀପଦା ନୂଆଗାଁ ! ପଶ୍ଚିମ ବାଙ୍କୀ ର ଏ ପଞ୍ଚାୟତ କାହିଁକି ବିଜେଡି ଫୋକସ ରେ ତାହା ତଳେ ଥିବା ଚାର୍ଟ ପଢିଲେ ଆପଣ ବୁଝି ପାରିବେ !

Leave a Reply

Your email address will not be published. Required fields are marked *