କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସହର ଭାଇଚାରା ଭରସାରେ ପ୍ରକାଶ ବେହେରା ! ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ବିଜେଡିର ନୂତନ କାର୍ଯ୍ୟାଳୟର ଉଦଘାଟନ ଅବସରରେ ବାରମ୍ବାର ଦଳ ପରିବର୍ତ୍ତନ ବିଷୟରେ ପଚାରିବାରୁ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା କହିଛନ୍ତି ଯେ କଟକ ସହର ହେଉଛି ଭାଇଚାରାର ସହର । ସହର ସହିତ ମୁଁ ଯଥେଷ୍ଟ ଜଡିତ ଓ ପରିଚିତ ମଧ୍ୟ । ସହରରେ ଭାଇଚାରା ବ୍ୟତୀତ ଆଉ କିଛି କାମ କରେନି। ସହରବାସୀଙ୍କ ସେହି ଭାଇଚାରା ହିଁ ନିର୍ବାଚନରେ ଉଚିତ ଜବାବ ରଖିବ ବୋଲି ପ୍ରକାଶ ଆସ୍ଥା ପ୍ରକଟ କରିଛନ୍ତି । କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା, ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ସମେତ ଦଳର ବହୁ ବିଶିଷ୍ଟ ନେତା ଓ କର୍ମୀ ଯୋଗ ଦେଇଥିଲେ ।


