ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ ଦୁର୍ଗାପୁର ପଂଚାୟତ ଅନ୍ତର୍ଗତ ଗୁଡୁମସ୍ଥିତ ପତିତପାବନ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ବିଜେପି ଦଳ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଥିରେ ସ୍ଥାନୀୟ ଜୋନର ଜିଲ୍ଲା ପରିଷଦ ସଭ୍ୟ ଅନାଦି ସାହୁଙ୍କ ଆବାହକତ୍ୱରେ ଅଭିନେତ୍ରୀ ସୋନାଲି ମୋନାଲିସା, ବାଙ୍କୋଇ ଜୋନର ସୁମନ୍ତ ପ୍ରଧାନ, ଉତ୍ତର ବେଗୁନିଆ ମଣ୍ଡଳ ସଭାପତି ହରିହର ମହାରଣା, ମଧ୍ୟ ବେଗୁନିଆ ଜୋନର ଜିତେନ୍ଦ୍ର କୁମାର ସାହୁ ,ପିଚୁକୁଳି ମଣ୍ଡଳର ପ୍ରତିମା ରାଣୀ ସାହୁ, ବାଙ୍କୋଇ ଜୋନର ଶୁଭସ୍ମିତା ମାନନ୍ଧାତା , ସମରେଶ ପାଇକରାୟ ଓ ଅକ୍ଷୟ ରାଉତରାୟ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ମୋଦୀଜୀଙ୍କ ଆଦର୍ଶ ଓ ଶୃଙ୍ଖଳିତ ଶାସନ ଉପରେ ଅବଗତ କରିବା ସହ ପ୍ରାୟ କଂଗ୍ରେସ ଓ ବିଜେଡି ଦଳର କର୍ମୀମାନେ ବିଜେପି ଦଳରେ ସାମିଲ ହୋଇଥିଲେ ।
ବେଗୁନିଆ ବିଜେପି ର ମିଶ୍ରଣ ପର୍ବ !!!

