୧୦୦ ରୁ ଅଧିକ ବିଜେଡି ଓ ବିଜେପି କର୍ମୀ କଂଗ୍ରେସରେ ସାମିଲ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଳ ଠାରେ ଜାତୀୟ କଂଗ୍ରେସ ପକ୍ଷରୁ ଯୁବ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପାଇକମାଳ ବ୍ଲକ କଂଗ୍ରେସ ସଭାପତି ବିଜୟାନନ୍ଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ହରଦିପ ସିଂ ,ପୂର୍ବତନ ପଦ୍ମପୁର ବିଧାୟକ ସତ୍ୟଭୂଷଣ ସାହୁ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ ଆଚାର୍ଯ୍ୟ , ପୂର୍ବତନ ପାଇକମାଳ ବ୍ଲକ ଅଧ୍ୟକ୍ଷ ବିନୋଦ କାଳିଆ, ବରିଷ୍ଠ ନେତା ମୁନା ତ୍ରିବେଦି, ଝାରବନ୍ଧ ବ୍ଲକ ସଭାପତି ମୂଜାଫର ହୁସେନ ଓ ପଦ୍ମପୁର ବ୍ଲକ ସଭାପତି ପ୍ରଦୀପ ବେହେରା ଙ୍କ ସହ ଅନେକ ବରିଷ୍ଠ କଂଗ୍ରେସ ନେତା ଯୋଗ ଦେଇଥିଲେ । ଅନୁଷ୍ଠିତ ମିଶ୍ରଣ ପର୍ବରେ ପାଇକମାଳରୁ ବରିଷ୍ଠ ବିଜେଡି ନେତା ତଥା ୭ ଥର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ଭାବେ କାର୍ଯ୍ୟ ସମ୍ପାଦନ କରିଥିବା ଧବଳେଶ୍ଵର ସାହୁ ଙ୍କ ସହ ମହେଶ୍ୱର ସାହୁ , ଫଗୁଲାଲ ପ୍ରଧାନ , ଟିକଡେ ସେଠ ଓ ଗୁଲାବନ୍ ପ୍ରମୁଖ ଯୋଗ ଦେଇଥିବା ବେଳେ ମୁଜାଫର ହୁସେନ ଙ୍କ ନେତୃତ୍ଵରେ ଡଭା, ନିତ୍ୟାନନ୍ଦପୁର, ଚୁହୁରିଟାଣ୍ଡ ଗ୍ରାମର ଅନେକ ଯୁବକ ଓ ସଲଡିହି ଗ୍ରାମର ୱାର୍ଡ ମେମ୍ବର ଯୋଗେଶ୍ୱର ମେହେର ପ୍ରମୁଖ ଯୋଗ ଦେଇଛନ୍ତି ! ପଦ୍ମପୁର ରୁ ସୁଧୀର ସାହୁ ଙ୍କ ନେତୃତ୍ଵରେ ଅନେକ ଯୁବକ ଙ୍କ ସହ ଅନେକ ବିଜେଡି ଓ ବିଜେପି କର୍ମୀ କଂଗ୍ରେସରେ ଯୋଗ ଦେଇଥିଲେ । ଏହାସହ ପୂର୍ବତନ ପାଇକମାଳ ବ୍ଲକ କଂଗ୍ରେସ ସଭାପତି ବିନୋଦ ବିଶ୍ଵାଳ ଯେକି ଗତ ଉପନିର୍ବାଚନ ସମୟରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ଆଜି ପୁଣି ସେ ନିଜ ଘରକୁ ବହୁଡ଼ିଛନ୍ତି । କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ଙ୍କ ସହ ଅନ୍ୟ ଅତିଥି ଗଣ ୧୦୦ ରୁ ଅଧିକ କର୍ମୀଙ୍କୁ ଉତ୍ତରୀୟ ଓ ଫୁଲମାଳ ଦେଇ କଂଗ୍ରେସକୁ ସ୍ଵାଗତ କରିଥିଲେ ।

Leave a Reply

Your email address will not be published. Required fields are marked *