ଚ଼ିଲିକା ବିଜେପି ର ମିଶ୍ରଣ ପର୍ବ : ଯୋଗଦେଲେ ବିଜେଡ଼ି ସରପଞ୍ଚଙ୍କ ସମେତ ବହୁ ତୁଙ୍ଗ ନେତା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ନାଚୁଣୀ ଠାରେ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ, ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ଓ ମୋଦି ଗ୍ୟାରେଣ୍ଟି ଉପରେ ଆସ୍ଥା ପ୍ରକଟ କରି ନନ୍ଦପୁର ଗ୍ରାମ ପଞ୍ଚାୟତ ର‌ ବିଜେଡ଼ି ସରପଞ୍ଚ ଶ୍ରୀ ପୁଷ୍ପମିତ୍ର ଖୁଣ୍ଟିଆ,ବିଜେଡ଼ି ନେତା ଶ୍ରୀ ଦେବରାଜ ବସ୍ତି,ଶ୍ରୀ ରାଜକିଶୋର ପଣ୍ଡା,ଶ୍ରୀ ଚିତ୍ତରଞ୍ଜନ ଖୁଣ୍ଟିଆ,ଶ୍ରୀ ନକୁଳ ପ୍ରଧାନ,ଶ୍ରୀ କେଦାର ମୁଦୁଲି ଙ୍କ ସମେତ ନନ୍ଦପୁର ଓ ବିଷ୍ଣୁଡ଼ିହ ପଞ୍ଚାୟତର‌ ୫୦ ରୁ ଉର୍ଦ୍ଧ୍ବ ବିଜେଡ଼ି କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳ କୁ ପରିତ୍ୟାଗ କରି ବରିଷ୍ଠ ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ନେତୃତ୍ବକୁ ଗ୍ରହଣ କରି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ,ଚ଼ିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ,ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ‌ ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଶ୍ରୀ ଅମରେନ୍ଦ୍ର ରଣସିଂହ,ନନ୍ଦପୁର ପଞ୍ଚାୟତର‌ ପୂର୍ବତନ ସରପଞ୍ଚ ଶ୍ରୀ ରମେଶ ପ୍ରଧାନଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ସାମିଲ୍ ହେଲେ।ଦଳରେ ଯୋଗ ଦେଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ ଶ୍ରୀ ହରିଚ଼ନ୍ଦନ।ଶ୍ରୀ‌ ପୁଷ୍ପମିତ୍ର ଖୁଣ୍ଟିଆଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ମାନେ ଦଳରେ ସାମିଲ ହେବା ଦ୍ବାରା ଦଳର ସଂଗଠନ ତୃଣମୂଳ ସ୍ତରରେ ଆହୁରି ଦୃଢ଼ ଏବଂ ସଶକ୍ତ ହେବ ବୋଲି ମତ ପ୍ରକାଶ କରିଥଲେ ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ।ଏହି ମିଶ୍ରଣ ପର୍ବରେ ଜିଲ୍ଲା ଭାଜପା ଉପସଭାପତି ଶ୍ରୀ ବିଜୟ ବିଶ୍ବାଳ,ଶ୍ରୀ ସୁମନ୍ତ ପଟ୍ଟନାୟକ‌ ଙ୍କ ସମେତ ବହୁ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *