ଭାଡ଼ିକିଳା ଏବଂ ଗିରିଡିପଲ୍ଲୀ ପଞ୍ଚାୟତ ରେ କଂଗ୍ରେସ କର୍ମୀ ସମ୍ମିଳନୀ : ଶତାଧିକ ବିଜେପି , ବିଜେଡି କର୍ମୀ କଂଗ୍ରେସ ରେ ସାମିଲ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଓଡଗାଁ ବ୍ଲକ ଗିରିଡିପଲ୍ଲୀ ପଞ୍ଚାୟତ ରେ କଂଗ୍ରେସ କର୍ମୀ ସମ୍ମିଳନୀ ରେ ଗିରିଡିପଲ୍ଲୀ, ଡହଙ୍ଗି, ଖଜୁରିଆ, ଧଝୋଲା ଗ୍ରାମର ଦେବରାଜ ପାହାନ, ସୁବାସ ନାଏକ, ଭୀମସେନ ପାତ୍ର, କୃଷ୍ଣଚନ୍ଦ୍ର ଗୌଡ଼, ରବୀନ୍ଦ୍ର ଗୌଡ଼, କାଳିଆ ପ୍ରଧାନ, ମନୋରଞ୍ଜନ ପ୍ରଧାନ,ରବୀନ୍ଦ୍ର ରାଉତ, ଦେବରାଜ ନାଏକ, ଅରୁଣ କୁମାର ନାଏକଙ୍କ ସମେତ ଶତାଧିକ ବିଜେପି ବିଜେଡି ସମର୍ଥକ କଂଗ୍ରେସ ପ୍ରାର୍ଥୀ ଆଇନଜୀବୀ ରଣଜିତ ଦାଶ ଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବିତ ହୋଇ କଂଗ୍ରେସ ଦଳରେ ସାମିଲ ହେବା ପରେ ଗିରିଡିପଲ୍ଲୀ ପଞ୍ଚାୟତ ରେ କଂଗ୍ରେସ ଦଳର ପୁରୁଣା ଭୋଟ ବ୍ୟାଙ୍କ ଦଳକୁ ଫେରିବା ଯୋଗୁଁ ଦଳର ଶକ୍ତିବୃଦ୍ଧି ହୋଇ ଥିବା କୁହାଯାଉଛି l ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତରେ ଆୟୋଜିତ ଦଳୀୟ କର୍ମୀ ସମ୍ମିଳନୀ ରେ ପ୍ରାର୍ଥୀ ରଣଜିତ ଦାଶ ଗିରିଡିପଲ୍ଲୀ ପଞ୍ଚାୟତ ରେ ଶତାଧିକ ଯୁବକ ରୋଜଗାର ଅଭାବ ରୁ ଦପରିବାର ପ୍ରତିପୋଷଣ ପାଇଁ ଦାଦନ କାଟୁଥିବା କହି ଅସହ୍ୟ ଗରମ ସମୟରେ ଗ୍ରାମାଞ୍ଚଳ ରେ ଦିନଦିନ ବିଦ୍ୟୁତ ସେବା ବନ୍ଦ ରହୁଥିବାରୁ ବିଜେଡି ପ୍ରାର୍ଥୀ ଙ୍କୁ ଟାର୍ଗେଟ କରିଥିଲେ l ଗିରିଡ଼ିପଲ୍ଲୀ ଗାଁ ରେ କଂଗ୍ରେସ ସମୟରେ ଯେଉଁ ପ୍ରାଥମିକ ବିଦ୍ୟାଳୟ ହୋଇଥିଲା ସେଥିରେ ଆବଶ୍ୟକ ଶିକ୍ଷକ ନାହାଁନ୍ତି, ଏଯାଏଁ ହାଇସ୍କୁଲ ହୋଇ ପାରିଲା ନାହିଁ କିନ୍ତୁ କିଛି ହାତଗଣତି ନେତା ଠିକାଦାର ପଞ୍ଚାୟତ ର ସବୁ ଉନ୍ନତି ମୂଳକ କାର୍ଯ୍ୟକୁ ନିମ୍ନମାନର କରାଇ ବିପୁକ ସରକାରୀ ଟଙ୍କା ଲୁଟ କରୁଥିବା ଅଭିଯୋଗ କରିବା ସହ ସମଗ୍ର ପଞ୍ଚାୟତ ଅଞ୍ଚଳ ରେ ପାନୀୟ ଜଳ ଘୋର ସଙ୍କଟ ଥିବା କହି ନୟାଗଡ ମଡେଲ ବିକାଶ ଉପରେ ପ୍ରଶ୍ନବାଚୀ ଲଗାଇଥିଲେ l ସେହିପରି ମଧ୍ୟାହ୍ନ ରେ ଭାଡ଼ିକିଳା ପଞ୍ଚାୟତ କଂଗ୍ରେସ କମିଟି ଦ୍ୱାରା ଆୟୋଜିତ କର୍ମୀ ସମ୍ମିଳନୀ ରେ କଂଗ୍ରେସ ଗ୍ୟାରେଣ୍ଟି କୃଷିରୁଣ ଛାଡ଼, ୨00 ୟୁନିଟ ବିଦ୍ୟୁତ ଦେୟ ଛାଡ଼, ମହିଳା ଗୋଷ୍ଠୀ ରୂଣ ଛାଡ଼, ଧାନ କୁଇଣ୍ଟାଲ ପିଛା ୩000 ଟଙ୍କା, ମହିଳା ଙ୍କୁ ମାସିକ ୨000 ଟଙ୍କା ଇତ୍ୟାଦି ପ୍ରସଙ୍ଗରେ ଜନସଚେତନଟା ବୃଦ୍ଧି ପାଇଁ ଶ୍ରୀ ଦାଶ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲଷ୍ମୀଧର ତ୍ରିପାଠୀ, କଂଗ୍ରେସ ନେତା ଆଡ଼ଭୋକେଟ ବିଭୁତି ରାଉତ, ସୋସିଆଲ ମେଡ଼ିଆ ଜିଲ୍ଲା ଅଧ୍ୟକ୍ଷ ଦିଲ୍ଲୀପ କୁମାର ବିଶୋଇ, ବସନ୍ତ କର, ବସନ୍ତ ସାହୁ,ଦଣ୍ଡପାଣି ମହାରଣା, ଭାଗ୍ୟରଥୀ ନାୟକ ପ୍ରମୁଖ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଯୋଗଦେଇ ଥିଲେ l କାକେଜ ଛାତ୍ରୀ ସନ୍ତୋଷିନୀ ନାଏକ କଂଗ୍ରେସ ଦଳ ଦେଶ ପାଇଁ ବଳିଦାନ ସମ୍ପର୍କ ରେ ଆଲୋକପାତ କରିଥିଲେ l

Leave a Reply

Your email address will not be published. Required fields are marked *