ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅର୍ଥ ସର୍ବସ୍ବ ହୋଇଛି ନିର୍ବାଚନ ! ନେତା ଯାହା ହୁଅନ୍ତୁ ପଛେ , ମାଲ ନଦେଲେ କଥା ସରିଲା ! ଦଳୀୟ ପ୍ରାର୍ଥୀଙ୍କ ଠାରୁ ଖର୍ଚ ନପାଇ ଅସନ୍ତୁଷ୍ଟ ହୋଇ ଉତ୍ପାତ ହେଲେ କର୍ମୀ ! ଏପରି ଏକ ଘଟଣା ସାମନାକୁ ଆସିଛି ବାଙ୍କୀ ରୁ ! ବିଜେପି ରୁ ଟିକେଟ ପାଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ତୁଷାରକାନ୍ତ ଚକ୍ରବର୍ତ୍ତୀ ! ଗତକାଲି ଥିଲା ପ୍ରଚାରର ଶେଷ ଦିନ ! ବାରଙ୍ଗ ରେ ରାଲି ଆରମ୍ଭ କରି ମୁଣ୍ଡଳୀ ରେ ପ୍ରଚାର ଶେଷ କରିଥିଲେ ତୁଷାର ! ଅପରାହ୍ନ ରେ କାର୍ଯ୍ୟକ୍ରମ ସାରିଥିଲେ ସୁଦ୍ଧା ଆଉ ବାଙ୍କୀ ଯାଇ ନଥିଲେ ! ସେପଟେ ବାଙ୍କୀ ବିଜେପି ଅଫିସ ରେ ଅପେକ୍ଷା କରି ରହିଥିଲେ ଶହ ଶହ କର୍ମୀ ! ସମସ୍ତଙ୍କର ଗୋଟିଏ ଟାର୍ଗେଟ , ନେତା ଆସିଲେ କିଛି ଖର୍ଚ ପାଣି ମିଳିବ ! ହେଲେ ରାତି ଦଶ ବାଜିଗଲା , ଆଉ ଆସିଲେ ନାହିଁ ତୁଷାର ! କର୍ମୀଙ୍କ ସଂଖ୍ୟା ଦେଖାଇ ଖର୍ଚ୍ଚ ନେବାକୁ ଲୋକ ଆଣିଥିବା ନେତା ପଡିଗଲେ ଅଡୁଆରେ ! ଶେଷକୁ ଅଫିସ ଦାୟିତ୍ୱରେ ଥିବା ସରୋଜ ବାବୁ ଏବଂ ମାନସିଂହ ବାବୁଙ୍କୁ ମଧ୍ୟ ଖୋଜି ଚାଲିଲେ ! ହେଲେ କାହାର ଦେଖା ନଥିଲା ! ଅସନ୍ତୁଷ୍ଟ ହୋହାଲ୍ଲା ଭିତରେ କମିଗଲା ଗହଳି , ହେଲେ ଦଳରେ ମିଶିଥିବା କିଛି ନୂଆ ନେତା କହୁଥିଲେ ଏପରି କଥା ! କେବଳ ବିଜେପି ନୁହଁ , ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ବିଜେଡି ଏବଂ କଂଗ୍ରେସ କାର୍ଯ୍ୟାଳୟରେ ! ନାହିଁ ନାହିଁ ରେ ଚାଲିଥିବା କଂଗ୍ରେସ ନେତାଙ୍କ ପାଖରୁ କର୍ମୀ ନିରାଶ ହୋଇ ମନ ଦୁଃଖରେ ଫେରୁଥିବା ବେଳେ , ବିଜେଡି କାର୍ଯ୍ୟାଳୟରେ କିନ୍ତୁ ସ୍ଥିତି ଥିଲା ସ୍ୱାଭାବିକ ! ମନ ଖୁସି ହେଲା ପରି ଖର୍ଚ ମିଳୁଥିଲା ସେଠି !
ସମସ୍ତଙ୍କର ଗୋଟିଏ ଟାର୍ଗେଟ , ନେତା ଆସିଲେ କିଛି ଖର୍ଚ ପାଣି ମିଳିବ !!!

