ସୁକିନ୍ଦା ରେ ଜିତିଲେ ବିଜେପି ନେତା ପ୍ରଦୀପ ବଳସାମନ୍ତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଟାଉନ ସ୍ଥିତ ଏନସି କଲେଜ ପରିସରରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଶେଷ 19 ରାଉଣ୍ଡ ଭୋଟ ଗଣତିରେ ବିଜେଡି ପ୍ରାର୍ଥୀ ପ୍ରିତିରଞ୍ଜନ ଘଡ଼ାଇଙ୍କ ଠାରୁ ସୁକିନ୍ଦା ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ 9828 ବ୍ୟବଧାନରେ ବିଜୟୀ ହୋଇଥିବା ସୁକିନ୍ଦା ବ୍ଲକ ବିଡ଼ିଓଙ୍କ ପକ୍ଷରୁ ସୂଚନା ମିଳିଛି । ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୮୦ ପ୍ରତିଶତ ମତଦାନ ହୋଇଥିବା ବେଳେ ସେଥି ମଧ୍ୟରୁ ୮୭, ୪୬୩ ଜଣ ପୁରୁଷ ଓ ୮୨,୬୪୭ ଜଣ ମହିଳା ଭୋଟର ମତଦାନ କରିଥିଲେ । ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ ବିଜୟୀ ହେବା ପରେ ତାଙ୍କୁ ତାଙ୍କର ବହୁ ସମର୍ଥକ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *