ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ଟେନିସ ପଡିଆ ମଣ୍ଡପରେ ଅନ୍ତର୍ଜାତୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବଡମ୍ବା ର ନବ ନିର୍ବାଚିତ ବିଧାୟକ ବିଜୟ କୁମାର ଦଳବେହେରା ଉଦଘାଟନ କରିଥିଲେ। ବଡମ୍ବା ପଞ୍ଚାୟତ ସମିତି ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ମଣ୍ଡଳ ଉର୍ନୟନ ଅଧିକାରୀ ରମେଶ ଜେନା, ପଞ୍ଚାୟତ ସମିତି ଅଧକ୍ଷ ରଘୁପତି ମହାନ୍ତି, ଉପାଧ୍ୟାକ୍ଷା ସ୍ଵର୍ଣଲତା ବେହେରା, ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ପୂର୍ବତନ ଅଧକ୍ଷ ବିଭୁଦତ୍ତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ପ୍ରାୟ ୨ ଶହ ରୁ ଅଧିକ ନାଗରିକ ଯୋଗରେ ସାମିଲ ହୋଇଥିଲେ । ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ଶାନ୍ତି ମିଳିଥାଏ ବୋଲି ବିଧାୟକ ଶ୍ରୀ ଦଳବେହେରା ସମସ୍ତ ନାଗରିକ ଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତେ ଯୋଗ କରିବା ପାଇଁ ଏକ ଶପଥ ପାଠ କରାଇଥିଲେ ମଣ୍ଡଳ ଉର୍ନୟନ ଅଧିକାରୀ ରମେଶ କୁମାର ଜେନା । ଯୋଗ ଶିବିର ସରିବା ପରେ ସମିତି ପକ୍ଷରୁ ସମସ୍ତଙ୍କୁ ସ୍ନାକ୍ସ ବଣ୍ଟନ କରାଯାଇଥିଲା।
ବଡମ୍ବା ଟେନିସ ପଡିଆ ମଣ୍ଡପରେ ଅନ୍ତର୍ଜାତୀୟ ଯୋଗ ଶିବିର !!!

