ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ପୃଥିବୀର କୋଣ ଅନୁକୋଣରେ ମାନବବାଦର ବିଚାରଧାରାକୁ ପ୍ରତିଷ୍ଠିତ କରିବା ନିମନ୍ତେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ଠାରେ ଗଢି ଉଠିଥିବା ଆନ୍ତର୍ଜାତୀୟ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନର ଅନ୍ୟତମ କାର୍ଯ୍ୟକ୍ରମ “ମିଶନ ଅମୃତ ହସ୍ତମ୍” ମାଧ୍ୟମରେ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୧୫୬୫ ଦିନ ଧରି ନିରବଚ୍ଛିନ୍ନ ଭାବରେ ଗରିବ, ଅସହାୟ, ଦୁଃଖୀରଙ୍କି, ଦିବ୍ୟାଙ୍ଗ, ରୋଗୀ ଆଦିଙ୍କୁ ସେବା ଯୋଗାଇ ଚାଲିଛି ଏହି ସଂଗଠନ। ଏହିପରିପ୍ରେକ୍ଷୀରେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ଦିନ ସଂଖ୍ୟା ୧୫୫୬ରୁ ୧୫୬୫ଅର୍ଥାତ୍ ତା୨୪ଜୁନ୍ ରୁ ୦୩ ଜୁଲାଇ ୨୦୨୪ରିଖ ପର୍ଯ୍ୟନ୍ତ ଦଶ ଦିନ ଧରି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିବାର ଦେଖିବାକୁ ମିଳିଛି।ଏଥିରେ ମାଷ୍ଟର ମିହିର କୁମାର୍, ପ୍ରଫୁଲ୍ଲ କୁମାର ଦାଶ ଆଦି ସହଯୋଗ କରିଥିଲେ।
୧୫୬୫ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ !!!

