ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିରେ ପୁଣି 20 ଜଣ କରୋନା ପଜିଟିଭ ଚିହ୍ନଟ ନେଇ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ମିଳିଥିବା ସୂଚନା ଅନୁଯାୟୀ ଗୁମ୍ମାବ୍ଳକରୁ ଜଣେ,ଗୋଶାଣି ବ୍ଲକରୁ ଜଣେ, କାଶୀନଗର ବ୍ଳକରୁ 3 ଜଣ, ମୋହନା ବ୍ଲକରୁ ଜଣେ, ପାରଲା ପୌର ପରିଷଦରୁ 6 ଜଣ ରାୟଗଡ ବ୍ଲକରୁ 5 ଜଣ, ନୂଆଗଡ଼ ବ୍ଲକରୁ ଜଣେ, ଆର ଉଦୟଗିରି ବ୍ଲକରୁ ଜଣେ, ଜିଲ୍ଲା ବାହାର ହସ୍ପିଟାଲରୁ ଜଣେ ଚିହ୍ନଟ ହୋଇ ଥିବାର ଜଣାପଡିଛି। ପଜିଟିଭି ଚିହ୍ନଟ ହେବା ପରେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ହୋମ ଆଇଶୋଲେସନ ଓ କୋଭିଡ଼ି ହସ୍ପିଟାଲ/କୋଭିଡ଼ି କ୍ୟାୟର ସେଣ୍ଟରକୁ ପଠାଇ ଦିଆ ଯାଇଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।