ଅନୁକୁମ୍ବା ଆଶ୍ରମ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ପାରଳାଖେମୁଣ୍ଡି ବିଧାୟକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଂଚାୟତ ର ଅନୁକୁମ୍ବା ଆଶ୍ରମ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ । ବିଦ୍ୟାଳୟ ପରିଦର୍ଶନ ସମୟରେ ବିଦ୍ୟାଳୟ ପକ୍ଷରୁ ପୁଷ୍ପ ଗୁଚ୍ଛ ଦେଇ ବିଧାୟକଙ୍କୁ ସ୍ଵାଗତ କରାଯାଇଥିଲା ! ବିଧାୟକ ଛାତ୍ର ଛାତ୍ରୀ ମାନଙ୍କୁ ସଉରା ଭାଷାରେ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ବିଦ୍ୟାଳୟ ପାଇଁ ଅତିରିକ୍ତ ଶ୍ରେଣୀଗୃହ, ଖେଳ ପଡିଆ ଇତ୍ୟାଦି ଆବଶ୍ୟକତା ଯଥା ଶୀଘ୍ର ପୂରଣ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ !

Leave a Reply

Your email address will not be published. Required fields are marked *