କାରଗିଲ ସହୀଦ ଅମର ରହେ ଧ୍ବନି ରେ ରାଜଧାନୀ ପ୍ରତିଧ୍ଵନିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଐତିହାସିକ କାରଗିଲ ବିଜୟ ର ୨୫ ତମ ବାର୍ଷିକୀ ପାଳନ ଅବସରରେ ରାଜଧାନୀ ଭୁବନେଶ୍ବରର ହୃତପିଣ୍ଡ ରାଜମହଲ ଛକରେ “କାରଗିଲ ସହୀଦ ଅମର ରହେ” ପ୍ରତିଧ୍ଵନିତ ହୋଇଛି। ଉତ୍କଳ ବିକାଶ ଯୁବ ପରିଷଦ ପକ୍ଷରୁ ଆୟୋଜିତ ବିଜୟ ଦିବସରେ କାରଗିଲ ଯୁଦ୍ଧରେ ଆତ୍ମବଳିଦାନ ଦେଇଥିବା ୬୨୭ ଜଣ ଭାରତୀୟ ସେନା ର ସହୀଦ ଯବାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ରାଜଧାନୀର ଶତାଧିକ ଯୁବବନ୍ଧୁ ହାତରେ ଜ୍ୱଳନ୍ତ ମହମବତି ଧରି ବୀର ଜବନମାନଙ୍କର ବିରତ୍ୱ ଓ ବଳିଦାନର ସ୍ମୃତି ଚାbରଣ କରିଥିଲେ। କାରଗିଲ ସହୀଦ ପଦ୍ମପାଣି ଆଚାର୍ଯ୍ୟ, ରାଜକିଶୋର ସାହୁ, ଗଙ୍ଗାରାମ ଦାସ, ଶ୍ରୀନିବାସ ପତ୍ର, ସଚ୍ଚିଦାନନ୍ଦ ମଲ୍ଲିକ, ଗୋପୀନାଥ ମହାରଣା, ମାନସ ରଞ୍ଜନ ସାହୁ, ନିରଞ୍ଜନ ବେହେରା , ବିକ୍ରମ ଶେର ସିଂହ ବାତ୍ରା, ଅଜୟ ଆହୁଜା ଅମର ରହେ ଓ ଇଣ୍ଡିଆନ ଆର୍ମି ଲଙ୍ଗ ଲିଭ୍ ” ଧ୍ବନି ରେ। ଖଣ୍ଡ ମଣ୍ଡଳ ପ୍ରକମ୍ପିତ ହୋଇଥିଲା। ପରିଷଦ ସଭାପତି ସୂର୍ଯ୍ୟକାନ୍ତ ସେଠି, ପ୍ରଫେସର ଅଜୟ ପରିଡ଼ା, ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ସୂର୍ଯ୍ୟନାରାୟଣ ଦାଶ, ଫିରୋଜ ଖନ୍, ବଦ୍ରିନାରାୟଣ ମହାନ୍ତି, ଗୌରାଙ୍ଗ ନାୟକ, ତୁଷାର ସ୍ୱାଇଁ, ସତ୍ୟ ଜେନା, ଦେବୀପ୍ରସାଦ ପୃଷ୍ଟି, ନବକିଶୋର ସାହୁ, ବିକ୍ରମ ମଲ୍ଲିକ, ବାପୁନି ପଟ୍ଟନାୟକ, ନାରୀ ନେତ୍ରୀ ଶ୍ରୀମତୀ ସିମାନ୍ତିନି ଜେନା ଙ୍କ ସମେତ ଶତାଧିକ ଏହାର ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *