ମୋହନଙ୍କ ମହନୀୟତା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସେବା ଜଗତର ମଉଡ ମଣି ସେ , ସମସ୍ତଙ୍କ ପ୍ରିୟ ମଣିଷ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଭୂଷଣ୍ଡପୁର ଗ୍ରାମରେ ତାଙ୍କ ଜନ୍ମ । ବୃତ୍ତିରେ ଜଣେ ଯନ୍ତ୍ରୀ , ହେଲେ ନିଶା ହେଉଛି ସମାଜସେବା । ସେ ମାନସିକ ବିକୃତି ବା ପାଗଳଙ୍କୁ ଉଦ୍ଧାର କରି ସେମାନଙ୍କ ସେବା କରନ୍ତି । ଦୁଇ ହଜାରରୁ ଉର୍ଦ୍ଧ ଲୋକଙ୍କ ସେବା କରିଛନ୍ତି । ସେ ଜଣେ ପଶୁ ପକ୍ଷୀ ପ୍ରେମୀ । ଜଗନ୍ନାଥଙ୍କ ଚେତନାରେ ସମର୍ପିତ ଓ ପ୍ରଚାରକ । ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଜଣେ ଗବେଷକ । ଆଜିର ସମାଜ ପାଇଁ ତାଙ୍କ ବାର୍ତା ରହିଛି ନୋ ଟୁ ହାଲୋ ଜୟ ଜଗନ୍ନାଥ ବୋଲୋ ।। ବହୁ ସ୍କୁଲରେ ମାଇଁ ଟ୍ରି ମାଇଁ ସ୍କୁଲ ଭଳି ଆୱାରନେସ୍ କାର୍ଯକ୍ରମ,ଫୋକସ ଲେପର୍ସି କ୍ୟାମ୍ପ କାର୍ଯ୍ୟକ୍ରମ, ୱାନ୍ ଟ୍ରୀ ୱାନ୍ ସିଡ୍ ଆଦି ଜନ ଜାଗରଣ ସୃଷ୍ଟି କରିଛନ୍ତି । ମୋହନଙ୍କ ସେବା, ଆଦର୍ଶ,ମଣିଷ ପଣିଆ ଜାତିର ସ୍ୱାଭିମାନ । ରକ୍ତଦାନ, ସ୍ବାସ୍ଥ୍ୟସେବା ଶିବିର, ବୃକ୍ଷ ରୋପଣ, ଆଶ୍ରମ ସେବା, ଅସହାୟ ମଣିଷଙ୍କ ସେବା, ଖାଦ୍ୟ ବସ୍ତ୍ର ବଣ୍ଟନ ଆଦି କାର୍ଯ୍ୟ କରିଥାନ୍ତି ।

Leave a Reply

Your email address will not be published. Required fields are marked *