ସାମର୍ଥ୍ୟର ସମ୍ପାଦକ ସନ୍ତୋଷ କୁମାର ମହାରଣା ରାଜ୍ୟସ୍ତରରେ ଶ୍ରେଷ୍ଠ ଭିନ୍ନକ୍ଷମ ସ୍ୱେଚ୍ଛାସେବୀ ଭାବେ ସମ୍ମାନିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସାମର୍ଥ୍ୟ ଭିନ୍ନକ୍ଷମ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ମହାରଣା ରାଜ୍ୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ଭୁବନେଶ୍ୱରରେ ଓ୍ୱି ଫର୍ ୟୁ ଦ୍ୱାରା ଆୟୋଜିତ ଏବଂ ଦକ୍ଷିଣ ଓଡିଶା ଭିନ୍ନକ୍ଷମ ସାମ୍ମୁଖ୍ୟ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତଟି ହରିଚନ୍ଦନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସହକାରୀ ସଚିବ ସନୟା କୁମାର ବେହେରା ଅତିଥି ରୂପେ ଯୋଗଦାନ କରି ତାଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ସନ୍ତୋଷ ମହାରଣାଙ୍କ ଅନୁରୋଧ କ୍ରମେ ସାମର୍ଥ୍ୟର ଅଧ୍ୟକ୍ଷ ନିରଂଜନ ବେହେରା ଏବଂ ଦକ୍ଷିଣ ଓଡିଶା ସାମ୍ମୁଖ୍ୟର ଅଧ୍ୟକ୍ଷ ଶିଶିର ରାଉଳ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହାକୁ ଆଦିତ୍ୟ ବିରଲା, ଜେକେ ପେପର ମିଲ୍, ଟିପିଏସଓଡିଏଲ୍, ଉତ୍କଳ ଆଲୁମିନା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *