ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ବ୍ଲକରେ “ସଖୀ” ୱାନଷ୍ଟପ କେନ୍ଦ୍ର ତରଫରୁ ବାଲ୍ୟ ବିବାହ ନିଷେଧ ଅଭିଯାନ ସମ୍ପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ୱାନଷ୍ଟପ କେନ୍ଦ୍ର “ସଖୀ”ର ପରିଚାଳିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲ୍ୟବିବାହ ଦ୍ୱାରା ମା ଓ ଶିଶୁ ଅସୁରକ୍ଷିତ ହେଉଥିବା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ବାଲ୍ୟବିବାହ କାରଣରୁ ମାନସିକ , ଶାରୀରିକ ଓ ସାମାଜିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ । କମ୍ ବୟସରେ ବିବାହ କରୁଥିବା ବାଳିକା ର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଏହା ଘୋର ପ୍ରଭାବ ପକାଇଥାଏ ବୋଲି ମତ ପ୍ରକାଶ ପାଇଛି । UNFPA ର ସଦସ୍ୟ ସଂଯୁକ୍ତା ତ୍ରିପାଠୀ ଯୋଗଦେଇ ବାଲ୍ୟ ବିବାହ ନିଷେଧ ଆଇନ ଓ ଏଥିପ୍ରତି ରହିଥିବା ଅଧିନିୟମ ସମ୍ପର୍କରେ ବୁଝାଇଥଲେ । କାଶୀନଗର ବ୍ଲକର ସିଡିପିଓ ଶ୍ରୀମତୀ କନକଲତା ପୂଜାରୀ ଯୋଗଦେଇ ବାଲ୍ୟବିବାହ ରୋକିବା କ୍ଷେତ୍ରରେ ସମସ୍ତେ ଏକାଠି କାମ କରିବା ଦାୟିତ୍ୱ ସମ୍ପର୍କରେ ବୁଝାଇଥଲେ । କାଶୀନଗର ବ୍ଲକର ସୁପରଭାଇଜର ଇନ୍ଦିରା କୁମାରୀ ପାଣିଗ୍ରାହୀ , ଶ୍ରୀମତୀ ମୀନା କୁମାରୀ ଟହଲ , ଶ୍ରୀଦେବୀ ରଇତ ଓ କାଶୀନଗର ବ୍ଲକର ଶିଆଳି ପଞ୍ଚାୟତର ୪୫ ଜଣ ଅଙ୍ଗନବାଡି କର୍ମୀ , ସୁଜ୍ଞୋନୀ ଗମାଙ୍ଗ , ମଞ୍ଜୁ ମିଶାଲ , ଜୟନ୍ତୀ ମହାପାତ୍ର , ପ୍ରମିଳା ଶବର , ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ “ସଖୀ” ର ହରିକୃଷ୍ଣ ଚୌଧୁରୀ ଓ ସୁନିତା ବେହେରା ସହଯୋଗ କରି ପରିଚାଳନା କରିଥିଲେ ।