ଚିଲିକା ରିପୋର୍ଟର୍ ଆସୋସିଏସନ ତରଫରୁ ୭୮ ତମ ସ୍ବାଧୀନତା ଦିବସ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାରା ଦେଶ ସ୍ୱାଧୀନତାର ୭୭ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ସମଗ୍ର ଦେଶରେ ୭୮ ତମ ସ୍ବାଧିନତା ଦିବସରେ ଉଡିଲା ତ୍ରିରଙ୍ଗା ! ବାଣପୁର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ରିପୋର୍ଟର୍ ଆସୋସିଏସନ ତରଫରୁ ସଂଘ ର ଅଫିସ୍ କାର୍ଯ୍ୟଳୟ ପରିସରରେ ପ୍ରଥମ ଥର କରି ଆୟୋଜିତ ହୋଇ ଯାଇଛି ଏହି ପବିତ୍ର ଦିବସ । ସଂଘର ବରିଷ୍ଠ ସାମ୍ବାଦିକ ସାଗର ମହାପାତ୍ରଙ୍କ କରକମଳରେ ପତାକା ଉନ୍ମୋଚିତ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କ ସମସ୍ୟାର ପ୍ରସାରଣ ଏବଂ ତାହାର ଦୁରୀକରଣ ବିଷୟରେ ସମ୍ପୁର୍ଣ୍ଣ ଆଲୋଚନା କରାଯାଇଥିଲା ଓ ସାଧାରଣ ଲୋକ କିପରି ଭାବରେ ଉଚିତ୍ ନ୍ୟାୟ ପାଇବେ ସେ ବିଷୟରେ ସଂଘର ସଭାପତି ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ସଭାପତି ସୁନିଲ କୁମାର ସୁବୁଦ୍ଧି, ସମ୍ପାଦକ ଅମିତାଭ ପଟଯୋଶୀ, ବରିଷ୍ଠ ଉପଦେଷ୍ଟା ସାଗର ମହାପାତ୍ର, ସେକ୍ ମଇନୁଲ୍ ହକ୍, ହିମାଳୟ ଶତପଥୀ, ଅନନ୍ତ ଚରଣ ବାରିକ୍, ସଞ୍ଜୟ ପ୍ରଧାନ, ରାକେଶ ସାହୁ, ସୁଜ୍ଞାନ ତ୍ରିପାଠୀ, କମଲ ଜାଲି, ସେକ୍ ରୌଶନ, ବ୍ରଜ କିଶୋର ଜେନା ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ ।।

Leave a Reply

Your email address will not be published. Required fields are marked *