ବାଙ୍କୀ ରେ ବାରଙ୍ଗ ଟୋକା : ବାରଙ୍ଗ ରେ ବାଙ୍କୀ ନେତା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ନିର୍ବାଚନ ମଣ୍ଡଳୀର ସମସ୍ତ ଗାଁ ଏବଂ ମୁଖ୍ୟ ବଜାର ମାନଙ୍କରେ ଉଭୟ ପ୍ରଶାସନ ଏବଂ ସ୍କୁଲ, କଲେଜ ଓ଼ ସାଂସ୍କୃତିକ ସାମାଜିକ ଅନୁଷ୍ଠାନ ମାନଙ୍କ ତରଫରୁ ମହା ସମାରୋହରେ 78 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି | ବାଙ୍କୀ ଅଂଚଳରେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଭୂମିକା ସବୁବେଳେ ଚର୍ଚ୍ଚାରେ ରହିଥାଏ | ନିର୍ବାଚନ ପୂର୍ବରୁ ଏହି ଦଳ ଚାରି ଭାଗରେ ବିଭକ୍ତ ହୋଇ ପରସ୍ପର ଉପରେ କାଦୁଅ ଫୋପଡ଼ା ଫୋପଡ଼ି ହୁଅନ୍ତି | ନିର୍ବାଚନ ସମୟରେ କିଏ ନିଜର ସ୍ୱାର୍ଥ ପୂର୍ଣ୍ଣ କରି ହଜି ଯାଆନ୍ତି, ଆଉ କିଏ ଛଦ୍ମ ବେଶରେ ରହି ବିଭିନ୍ନ ସ୍ରୋତରୁ ମୋଟା ଅଙ୍କର ମାଲ ପକାଇ ଚେର କାଟନ୍ତି | ସେଥିପାଇଁ ଜିତିବାର ବହୁ ସୁଯୋଗ ଥାଇ ଵି, କେବଳ ଟଙ୍କା ମଦ ବାଣ୍ଟି କିଛି ଭୋଟ ହାର ବଢ଼ାଇଛନ୍ତି , କିଂତୁ ଶାସନର ଡୋରି ଧରି ପାରିନାହାନ୍ତି | ଲୋକମାନଙ୍କର ପ୍ରତ୍ୟକ୍ଷ ସେବା କମ କିଂତୁ ଉପର ମହଲରେ ନିଜକୁ ଏକ ଥିବା ଦର୍ଶାଇ ସବୁ କାର୍ଯ୍ୟକ୍ରମକୁ ଦୁଇ ଭାଗରେ ବିଭକ୍ତି କରିଥାନ୍ତି | ଓଡ଼ିଆ ଅସ୍ମିତା କଥା କହି ଦଳ ତାଙ୍କର ରାଜ୍ୟ ଶାସନ କରୁଥିଲେ ମଧ୍ୟ ଏଠାରେ ଆଜି ପର୍ଯ୍ୟନ୍ତ ଗୋଷ୍ଠୀ ବିବାଦ ପିଛା ଛାଡ଼ିନାହିଁ | ନିଜର ସ୍ୱାର୍ଥପାଇଁ ବାଙ୍କୀର ଅସ୍ମିତାକୁ ଏମାନେ ଦୁଇ ଭାଗରେ ବାଙ୍କୀ ଏବଂ ବାରଙ୍ଗ ନାମରେ ନାମ କରଣ କରୁଛନ୍ତି ! ଯାହା ବାଙ୍କୀର ସଚେତନ ନାଗରିକ ଏବଂ ବୁଦ୍ଧିଜୀବୀଙ୍କୁ ଅଶାନ୍ତି ଆଣିଦେଇଛି | ନିଜ ନିଜର ସାମାଜିକ ଗଣମାଧ୍ୟମ ପୋଷ୍ଟ ସିଧା ବୟାନ ଦେଉଛି ଯେ, ତୁମେ ବାରଙ୍ଗରୁ ଆସି ବାଙ୍କିରେ କାର୍ଯ୍ୟକ୍ରମ ଯଦି କରିପାରୁଛ ଆମେ ମଧ୍ୟ ବାଙ୍କୀରୁ ଯାଇ ବାରଙ୍ଗ ମାଟିରେ ଵି କିଛି ଖେଳ କରିପାରୁ | ଏହାହିଁ ଆଜିର ଗଣତନ୍ତ୍ର ଏବଂ ଲୋକଙ୍କ ସେବା ପାଇଁ ଦଳପ୍ରେମୀ ସାଜିଛନ୍ତି | ଏଖବର ର ବାଙ୍କୀ ବିଜେପି ସହ କୌଣସି ସମ୍ପର୍କ ନାହିଁ , ଏକଥା ଆମେ କହୁନୁ , କି ପାଠକେ କହିବେନି ! ଅଛନ୍ତି କିଛି ପୁରୁଣା ଗାତୁଆ ମୂଷା , ରାଜନୀତି ଯାହାର ପେଶା , ଛେପ ଢ଼ୋକି ସେମାନେ ଅଲବତ ଏକଥା କହିବେ !

Leave a Reply

Your email address will not be published. Required fields are marked *