ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଯୁବ ଚେହେରା ତଥା ଶ୍ରୀରାମ କମିଟିର ପ୍ରତିଷ୍ଠାତା ସଭାପତି ବିଶ୍ଵରଂଜନ ସ୍ୱାଇଁ ତାଳବସ୍ତ ଗ୍ରାମର ଏକ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ପତାକା ଉତ୍ତୋଳନ କରି ଛୋଟ ଛୁଆଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ | ବିଭିନ୍ନ ସମୟରେ ନିଜ ପକେଟ ମନିରୁ ସଞ୍ଚିତ ଅର୍ଥରେ ସାମାଜିକ କାର୍ଯ୍ୟକ୍ରମ କରୁଥିବା ଡମପଡା ବ୍ଲକ ତାଳବସ୍ତ ପଂଚାୟତର ପୁଅ ତଥା ଯୁବ ସାମାଜିକ କର୍ମୀ ବିଶ୍ୱରଞ୍ଜନ ସ୍ୱାଇଁ ଅଠସ୍ତରୀ ତମ ସ୍ୱାଧୀନତା ଦିବସରେ ନିଜ ଅଂଚଳର ଏକ ଅଙ୍ଗନବାଡି କେନ୍ଦ୍ରର ପିଲା ମାନଙ୍କର ବାର୍ଷିକ ସ୍ୱାସ୍ଥ୍ୟ ଓ଼ ଶିକ୍ଷାର ଭଲ ମନ୍ଦ ବୁଝିବାର ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି | ଅଙ୍ଗନବାଡି ଶିକ୍ଷୟତ୍ରୀ ନଳିନୀ ବେଉରା, ଛବିରାଣୀ ସାହୁ, ସହାୟିକା ସୁଷମା ସାହୁ ଓ ନଳିନୀ ବେୱା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |
ପତାକା ଉତ୍ତୋଳନ କରି , ଗାଁ ରେ ବାଇକ ସୋ କରି ଦେଶପ୍ରେମ ବାଣ୍ଟିଲେ !!!

