ପୁସ୍ତକ ନାମ ଓ କଭର୍ ପୃଷ୍ଠା ପ୍ରକାଶିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାକ୍ଷୀ ପୂର୍ଣ୍ଣିମା ଅବସରରେ ଲେଖକ ରବିନାରାୟଣ ପଟ୍ଟନାୟକ ଲିଖିତ ପୁସ୍ତକ ର ନାମ ଓ କଭର ପୃଷ୍ଠା ପ୍ରକାଶ ପାଇଛି । ଶ୍ରୀ ପଟ୍ଟନାୟକ ଙ୍କର ଦୈନିକ ଓଡ଼ିଆ ଖବରକାଗଜ ରେ ବର୍ତ୍ତମାନ ସୁଦ୍ଧା ୨୦୦ ରୁ ଉର୍ଦ୍ଧ୍ବ ସ୍ତମ୍ଭ ଲେଖା ପ୍ରକାଶ ପାଇସାରିଛି । ଏହି ପୁସ୍ତକଟି ର ପ୍ରକାଶକ ପଶ୍ଚିମା ପବ୍ଲିକେସନ୍ ରହିଛି ।ପୁସ୍ତକଟି ର ନାମ “ହଜିଗଲାଣି ଆଈ ମା କାହାଣୀ” ରହିଛି । ଆସନ୍ତା ମାସରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ଵାରା ଏହି ପୁସ୍ତକଟି ଉନ୍ମୋଚନ ହେବ । ଏଥିରେ ହଜି ଯାଇଥିବା ପୁରୁଣା ସମୟର କାହାଣୀ ସ୍ଥାନ ପାଇଛି । ଏହି ବହିଟି ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *