ହାତରେ ନ ମାରି ଭାତରେ ମାରୁଥିଲେ , କାହିଁକି ଏମିତି କହିଲେ ବିଧାୟକ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ହାତରେ ନ ମାରି ଭାତରେ ମାରୁଥିଲେ , କାହିଁକି ଏମିତି କହିଲେ ବିଧାୟକ । ରେଭେନ୍ସାର ନାମ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । କାରଣ ହେଲା ଟି. ରେଭେନ୍ସା ଭାରତୀୟ ମାନଙ୍କୁ ହାତରେ ନ ମାରି ଭାତରେ ମାରୁଥିଲେ । ଓଡିଆ ମାନେ ଦୁର୍ବଳ ହୋଇ ରୁହନ୍ତୁ ଓ ଇଂରେଜ ଶାସନ ବଳବତ୍ତର ରହୁ ତାଙ୍କର ମୂଳ ଲକ୍ଷ୍ୟ ଥିଲା । ଏଣୁ ଏଭଳି ଜଣେ ବ୍ୟକ୍ତି କିପରି ଆଗାମୀ ଭବିଷ୍ୟତଙ୍କ ପ୍ରେରଣା କିପରି ହୋଇ ପାରିବେ ? ଏଭଳି କଳା ଇତିହାସର ବର୍ତ୍ତମାନ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ । ରେଭେନ୍ସାର ନାମ ପରିବର୍ତ୍ତନ କରି ଓଡ଼ିଶାର ବରପୁତ୍ରଙ୍କ ନାମରେ ନାମିତ କରାଯିବା ସହ ଏହାର ଉନ୍ନତିକରଣ ମଧ୍ୟ ଲକ୍ଷ୍ୟ ରହିଛି । ରେଭେନ୍ସା ଏକ ରିସର୍ଚ୍ଚ ସେଣ୍ଟର ଭାବେ ପରିଣତ ହେଉ । ଯାହା ଫଳରେ ଓଡ଼ିଆ ପିଲାଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ । ଅଭିଜ୍ଞ ପ୍ରଫେସର, ସ୍ମାର୍ଟ କ୍ଲାସରୁମ ଭଳି ଶିକ୍ଷା ବ୍ୟବସ୍ଥା ରେଭେନ୍ସାରେ ଆବଶ୍ୟକ । ୨୪ ବର୍ଷର ସରକାର ଏବେ ପରିବର୍ତ୍ତନକୁ ନେଇ ଯେଉଁ ରାଜନୀତି କରୁଛନ୍ତି ତାହା ବନ୍ଦ ହେଉ ।

 

 

Leave a Reply

Your email address will not be published. Required fields are marked *