ପାରଳାଖେମୁଣ୍ଡି ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା ପରିସରରେ ରକ୍ତ ଦାନ ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖା ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ସମାଜ ସହ ଜଡିତ ଥିବା ବେଳେ ବ୍ୟାଙ୍କ ଅନୁଷ୍ଠାନ ପକ୍ଷରୁ ଅନେକ ସମୟରେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ । ସ୍ବତଃ ପ୍ରବୃତ୍ତ ଭାବେ ଅନେକ କର୍ମଚାରୀ ଏହି ରକ୍ତଦାନ ଶିବିରରେ ରକ୍ତଦାନ କରିଛନ୍ତି । ମୁଖ୍ୟ ଶାଖା ପରିଚାରକ ଲାଲକୃଷ୍ଣା ରାଓଙ୍କ ଆହ୍ବାନ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି , ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ବ୍ଲଡ଼ ବ୍ୟାଙ୍କ ଟେକ୍ନିସିଆନ ଖଗେଶ୍ବର ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ୧୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ବିଭିନ୍ନ ଚିକିତ୍ସାଳୟରେ ରକ୍ତର ବହୁ ଆବଶ୍ୟକତା ରହିଥିବା ବେଳେ ଏଥିରେ କିଛି ମାତ୍ରାରେ ସହାୟତା କରିବାକୁ ଏହି ପ୍ରୟାସ କରାଯାଇଛି ଏହି ଭଳି ବିଭିନ୍ନ ଅନୁଷ୍ଠାନ ଗୁଡିକ ସମାଜର ମଙ୍ଗଳ କାର୍ଯ୍ୟକ୍ରମ ପାଇଁ ଆଗକୁ ଆସିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟ ଶାଖା ପରିଚାଳକ ବାଳକୃଷ୍ଣ ରାଓ ।

Leave a Reply

Your email address will not be published. Required fields are marked *