ଫଳକରେ କାର୍ଯ୍ୟାଦେଶ ଅବଧି ଶେଷ : ହେଲେ କାମ ହୋଇନି ଆରମ୍ଭ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ନିର୍ବାଚନ ପୂର୍ବରୁ ଯେଉଁ ଶବ୍ଦର ସ୍ୱର ଅଧିକ ଥିଲା ତାହା ହେଉଛି 5T , ରାଜ୍ୟ ସାରା ମାରାଥନ ଗସ୍ତ କରି ଲୋକଙ୍କୁ 5T ପାଠ ପଢାଉଥିଲେ ଭିକେ ପାଣ୍ଡିଆନ ! କଟକ ଜିଲ୍ଲା ବାଙ୍କୀ କୁ ମଧ୍ୟ ତାମ ଝାମ ରେ ଗସ୍ତ କରିଥିଲେ ପାଣ୍ଡିଆନ ! ଘୋଷଣା ହୋଇଥିଲା ମା ଚର୍ଚ୍ଚିକା ଙ୍କ ପୀଠର ଉନ୍ନତି ପାଇଁ ଅନୁଦାନ ! ତାପରେ ନିଯୁକ୍ତି ହେଲେ ଠିକାଦାର , ମରାଗଲା ଫଳକ ! ଏ ମଧ୍ୟରେ କାର୍ଯ୍ୟ ଶେଷ ର ତାରିଖ ସରି ଯାଇଛି , ହେଲେ ବାସ୍ତବରେ ଆରମ୍ଭ ହେଇନି କାମ ! ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ ! ଅଷ୍ଟଶକ୍ତି କ୍ଷେତ୍ର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମା ଚର୍ଚିକା ପୀଠ ! ପ୍ରତିଦିନ ଏଠାକୁ ଆସିଥାନ୍ତି ହଜାର ହଜାର ଶ୍ରଦ୍ଧାଳୁ ! ଆବଶ୍ୟକତା କୁ ଆଖି ଆଗରେ ରଖି ତୁରନ୍ତ ସମସ୍ତ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ଭକ୍ତ କରିଛନ୍ତି ଦାବୀ !

 

Leave a Reply

Your email address will not be published. Required fields are marked *