ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ତଥା ଗଜପତି ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ଜଗବନ୍ଧୁ ଦାସ ଙ୍କ ଆହ୍ବାନ ରେ ଅନୁଷ୍ଠିତ ଏହି ଜନସଂପର୍କ ପଦଯାତ୍ରା ରେ ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଦୀପ ନାୟକ, ଶ୍ରୀ ବସନ୍ତ ଦାସ ଙ୍କ ସମେତ ବିଭିନ୍ନ ବ୍ଲକ୍ ମ୍ୟୁନିସପାଲିଟି,ଅଧ୍ୟକ୍ଷ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସରପଞ୍ଚ , ସମିତି ସଭ୍ୟ,ବିଜୁ ଜନତା ଦଳରେ ପଦାଧିକାରୀ ତଥା ବିଜୁ ଜନତା ଦଳର କର୍ମୀ ମାନେ ଯୋଗ ଦେଇଥିଲେ। ଏହି ଜନସଂପର୍କ ପଦଯାତ୍ରା ରେ ଭାରତୀୟ ଜନତା ପାର୍ଟିର ଦେଇଥିବା ମିଥ୍ୟା ପ୍ରତିଶୃତି ପାଳନ କରୁନଥିବା ଯଥା :- ସମସ୍ତ ପେନସନ୍ ହିତାଧିକାରୀ ମାନଙ୍କୁ ୩୦୦୦ ପେନସନ୍ ଦେବା, ମଦମୁକ୍ତ ଓଡ଼ିଶା ଗଠନ କରିବା,ଦରଦାମ୍ ବୃଦ୍ଧି ରୋକିବା ,୩୦୦ ୟୁନିଟ୍ ବିଦ୍ୟୁତ୍ ବିଲ୍ ଛାଡ କରିବା ତଥା ଅପାରଗତା ବିରୁଦ୍ଧରେ ଲୋକମାନଙ୍କୁ ସଚେତନ କରାଯାଇଥିଲ।। ପ୍ରିୟ କାର୍ଯ୍ୟକ୍ରମ ଓ ଯୋଜନା ଗୁଡିକ।ପାରଳା ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ବିକାଶ ପହଞ୍ଚାଇ ଥିବା ବେଳେ ବିଜେପି ବାଧା ପହଞ୍ଚାଇବା ପାର୍ଟି ବୋଲି କହିଥିଲେ। ଗଜପତି ଜିଲ୍ଲା ବିଜେଡି ସଭାପତି ଶ୍ରୀ ଜଗବନ୍ଧୁ ଦାସ କହିଥିଲେ ସମସ୍ତ ପ୍ରତିଶ୍ରୁତି ପୂରଣ ନହେଲେ ନବୀନ ବାବୁଙ୍କ ନେତୃତ୍ଵରେ ଏପରି ପଦଯାତ୍ରା ଓ ସଚେତନତା ସମଗ୍ର ଜିଲ୍ଲା ରେ ଜାରି ରହିବ।

Leave a Reply

Your email address will not be published. Required fields are marked *