ଚିନ୍ମୟ ଫାଉଣ୍ଡେସନର ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ବେସାହାରା ବ୍ୟକ୍ତି ତଥା ବନ୍ୟ ଜୀବଜନ୍ତୁ ମାନଙ୍କ ସହାୟତା ନିମନ୍ତେ ପରିଚାଳିତ କାର୍ଯ୍ୟକ୍ରମ “ମିଶନ ଅମୃତ ହସ୍ତମ୍” ପକ୍ଷରୁ ଆଜକୁ ଦୀର୍ଘ ୧୬୭୫ ଦିନ ଧରି ନିରବଚ୍ଛିନ୍ନ ଭାବରେ ଜାରି ରହିଛି ସେବା କାର୍ଯ୍ୟ। ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ , ବସ୍ତ୍ର ଆଦି ରିଲିଫ୍ ସହ ମହିଳା ମାନଙ୍କୁ ନାପ୍କିନ୍ ବଣ୍ଟନ ଆଦି କରାଯାଉଥିବାର ଦେଖିବାକୁ ମିଳିଛି।ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲାରେ ଭୋଳା ଜେନା , ଶ୍ରୀକ୍ଷେତ୍ର ସାହୁ ,ମିହିର ମଲ୍ଲିକ ଆଦି ଏହି କାର୍ଯ୍ୟକ୍ରମକୁ ଜାରି ଗତ ଅକ୍ଟୋବର ୧୩ ତାରିଖ ଠାରୁ ପର୍ଯ୍ୟନ୍ତ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ଫାଉଣ୍ଡେସନର ଦିନ ସଂଖ୍ୟା ୧୬୬୭ରୁ ୧୬୭୫ ପର୍ଯ୍ୟନ୍ତ ଦୀର୍ଘ ୦୯ ଦିନ ଧରି ଜାରି ରଖିଥିବାର ଦେଖିବାକୁ ମିଳିଛି ।

ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରାଯାଉଥିବା ବେଳେ ଆଜି ଏହାର ୧୬୭୫ ତମ ଦିନର ୬୭ତମ ସମୀକ୍ଷା ବୈଠକ ଡଲଫିନ ଡ୍ୟାନ୍ସ ସ୍କୁଲ୍ ଆଣ୍ଡ ଗ୍ରୁପ୍ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ସମୀକ୍ଷକ ଭାବରେ ମାଷ୍ଟର ମିହିର କୁମାର୍, ଗଣେଶ ପ୍ରଧାନି, ଲକ୍ଷ୍ମୀପ୍ରିୟା ସେଠୀ,ରୂପାଲି ବିନ୍ଧାଣୀ ଆଦି ଯୋଗଦାନ କରି ଅନୁଷ୍ଠାନର ଉଦ୍ଦେଶ୍ୟ, ଆଭିମୁଖ୍ୟ ତଥା ବିଗତ କାର୍ଯ୍ୟକ୍ରମ ଓ ଆଗାମୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ପୂର୍ବ ୨୫ ଦିନର ଶ୍ରେଷ୍ଠ ସ୍ଵେତ୍ସାସେବୀ କବିତା ରାଉତ,ସବିତା ରାଉତ,ଖୁସି ବିନ୍ଧାଣୀ, ସୁଭଦ୍ରା ରାଉତ, ଲିପ୍ସା ଦାସ, ସଞ୍ଜୟ ବେହେରା, ରାକେଶ କୁମାର ଜେନା, ନିର୍ମଳ କୁମାର ଜେନା, ରଶ୍ମି ରଞ୍ଜନ ସେଠୀ, ଭଜନ ମଲ୍ଲିକ,ଆଶିଷ ରାଉତ, ସୌମ୍ୟରଞ୍ଜନ ପଣ୍ଡା, ଦୀପ୍ତି ରଞ୍ଜନ ପ୍ରଧାନ ଆଦିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *