ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀରେ ମିଳିତ ହେଲେ ସମସ୍ତ ଫଟୋ ଗ୍ରାଫର। ନୁଆ କରି ଗଢ଼ି ଉଠିଲା ଫୋଟ ଗ୍ରାଫର ମହାସଂଘ । ଗତ ୨୭ ତାରିଖ ରବିବାର ଦିନ ବାଙ୍କୀ କଲେଜ ଦୃଶ୍ୟ ଶ୍ରାବ ଗୃହରେ ବାଙ୍କୀ ଏବଂ ଆଖପାଖ ରେ ଥିବା ସମସ୍ତ ଫୋଟ ଗ୍ରାଫର ମାନେ ଏକତ୍ରୀତ ହୋଇ ଏକ ବୈଠକ କରିଥିଲେ । ସଭାପତି ପ୍ରସନ୍ନ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସମ୍ପାଦକ ମନୋଜ କୁମାର କରଙ୍କ ସମେତ ୭୦ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗ ଦେଇଥିବା ବେଳେ Nikon company work shop ରୁ ଆସିଥିବା ଅତିଥି ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଗାମୀ ଦିନରେ ସଂଘ ର ସଦସ୍ୟ ମାନେ କିପରି ତାଙ୍କର ବ୍ୟବସାୟ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ନିଜେ ରୋଜଗାର କ୍ଷମ ହେବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇ ପାଇବେ ଏବଂ ଆଜିର ଦିନରେ ଯୁବ ପିଢ଼ି କିପରି ଫୋଟ ଗ୍ରାଫି ପ୍ରତି ଆକୃଷ୍ଟ ହେବେ ତାକୁ ନେଇ ବିଶେଷ ଆଲୋଚନା କରାଯାଇଥିଲା । ତେବେ ଆଗାମୀ ଦିନରେ ଏହି ବାଙ୍କୀର ଫୋଟୋ ଗ୍ରାଫର ମହାସଂଘ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ପାଇଁ କର୍ମ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବ ବୋଲି ସଭାପତି ପ୍ରସନ୍ନ କୁମାର ସାହୁ ଉଲ୍ଲେଖ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିତେନ୍ଦ୍ର କୁମାର ମହାନ୍ତି, ସୁବ୍ରତ ଖଟୁଆ, ତପନ କୁମାର ମଲ୍ଲିକ, ପ୍ରଭାତ କୁମାର ପ୍ରଧାନ, ଅରୁଣ କୁମାର ପଣ୍ଡା, ରଞ୍ଜିତ ପତି, ନିକୁଞ୍ଜ କୁମାର ଜେନା, ତପନ କୁମାର ଧଳ, ଚିତ୍ତରଞ୍ଜନ ବେହେରା, ରଞ୍ଜିତ କୁମାର ସ୍ୱାଇଁ , ରଞ୍ଜିତ କୁମାର ବେହେରା, ଇନ୍ଦ୍ରମଣୀ ମହାପାତ୍ର, ଦିନେଶ୍ ମହାପାତ୍ର, ଦେବାଶିଷ ଦାସ , ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

