ବିବାହର ମିଥ୍ୟା ପ୍ରତିଶୃତି ଦେଇ ସମ୍ପର୍କ : ଥାନାରେ ଏତଲା ପରେ ପ୍ରେମିକ ଫେରାର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିବାହର ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସର୍ମ୍ପକ ରଖିବା ପରେ ବାହାଘର ପାଇଁ ପ୍ରେମିକା ଜିଦ ଧରିବାରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସାର୍ବଜନୀନ କରିବା ପାଇଁ ଧମକ ଦେଇଛି ପ୍ରତାରକ ପ୍ରେମିକ । ତେବେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିବାରେ ଗିରଫ ଭୟରେ ଫେରାର ହୋଇଯାଇଛି ପ୍ରେମିକ । ବାଣପୁର ବ୍ଳକ ଗମ୍ଭାରୀମୁଣ୍ଡା ଅଞ୍ଚଳର ଜଣେ ଯୁବତୀଙ୍କୁ ନିକଟସ୍ଥ ଖଜୁରୀଆ ଗ୍ରାମର ବିଦ୍ୟାଧର ସୁନ୍ଦରାୟଙ୍କ ସାନ ପୁଅ ଭରତ ସୁନ୍ଦରାୟ ବିଭିନ୍ନ ପ୍ରଲୋଭନ ଦେଇ ସର୍ମ୍ପକ ବଢାଇଥିଲେ । କ୍ରମଶଃ ଏହା ପ୍ରେମ ସର୍ମ୍ପକରେ ପରିଣତ ହେବା ସହ ବିବାହର ପ୍ରତିଶୃତି ଦେଇ ସଂପୃକ୍ତ ଯୁବତୀଙ୍କ ସହ ଭରତ ଶାରୀରିକ ସର୍ମ୍ପକ ରଖିଥିଲେ । ଏ’ପରିକି ଦୁଇ ସପ୍ତାହ ପୂର୍ବେ ଘରେ କେହି ନଥିବା ବେଳେ ଭରତ ସଂପୃକ୍ତ ଯୁବତୀଙ୍କୁ ବଳାତ୍କାର କରିବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଥିଲେ । ଘଟଣା ସମ୍ପର୍କରେ ଯୁବତୀଙ୍କ ପରିବାର ଲୋକେ ଜାଣିବା ପରେ ଉଭୟଙ୍କ ବିବାହ କରିବା ପାଇଁ ଭରତଙ୍କ ପରିବାର ସଦସ୍ୟ ଓ ଜାତି ଭାଇଙ୍କୁ ଅନୁରୋଧ କରିଥିଲେ । ଯୁବତୀ ଜଣଙ୍କ ମଧ୍ୟ ଭରତଙ୍କୁ ଶୀଘ୍ର ବାହାଘର ପାଇଁ କହିବା ସହ ଏ’ନେଇ ବାରମ୍ବାର ଫୋନ କରିବାରେ ଭରତ ଏଥିପାଇଁ ରାଜି ହୋଇନଥିଲେ । ଓଲଟା ବାହାଘର ପାଇଁ ଜିଦ୍ ଧରିଲେ ଅନ୍ତରଙ୍ଗ ସମୟର ଫଟୋ ଗୁଡିକୁ ସାର୍ବଜନୀନ କରିଦେବେ ବୋଲି ଧମକ ଦେଇଥିଲେ । ଶେଷରେ ଅନ୍ୟ ଉପାୟ ନପାଇ ଯୁବତୀ ଜଣଙ୍କ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାତ୍ର ତ୍ୱରୀତ ଚିକିତ୍ସା ଫଳରେ ତାଙ୍କର ଜୀବନ ରକ୍ଷା ହୋଇ ପାରିଥିଲା । ଗୁରୁବାରେ ଏ’ନେଇ ଯୁବତୀ ଜଣଙ୍କ ନାଚୁଣୀ ଥାନାରେ ଅଭିଯୋଗ କରିବାରେ ପୁଲିସ ଯୁବତୀଙ୍କ ଡାକ୍ତରୀମାଇନା କରାଇ ଭାରତୀୟ ନ୍ୟାୟ ସଂହିତାର ୬୪(୨)(ଏମ୍‌), ୩୫୧(୨)ପ୍ରଭୂତି ଧାରାରେ ୩୫୬/୨୪ ନମ୍ବରରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *