ତୁଳସୀ ବିବାହ ଓ କନ୍ଦରାସୁର ପୋଡି !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ରେ ତୁଳସୀ ବିବାହ ଓ କନ୍ଦରାସୁର ପୋଡ଼ି । ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ କ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଲୁଚି ଯାଇଥିବା ଏତିହ୍ୟ ଓ ସଂସ୍କୃତି ତୁଳସୀ ବିବାହ ଓ କନ୍ଦରାସୁର ପୋଡ଼ି ପୁଣି ଥରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଯଦୁପୁର ନିକଟସ୍ଥ ଗୋପୀନାଥପୁର ଶାସନ ଗୋଷ୍ଠେଶ୍ୱର୍ ପୀଠ ପ୍ରାଙ୍ଗଣରେ ବୈଦିକ ରୀତିରେ ଆୟୋଜିତ ହୋଇଯାଇଛି । ଧାର୍ମିକ ପରମ୍ପରା ଅନୁସାରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଦିନ ଭଗବାନ ବିଷ୍ଣୁଙ୍କର ଶାଳଗ୍ରାମ ରୂପ ସହ ତୁଳସୀ ଦେବୀଙ୍କର ବିବାହ କରାଯାଇଥାଏ । ଏହା ଓଡ଼ିଆ ସଂସ୍କୃତି ର ପରିଚୟ ବହନ କରେ , କିନ୍ତୁ ଦୀର୍ଘ କିଛି ବର୍ଷ ହେବ କେନ୍ଦ୍ରାପଡ଼ାର ଏହି ପରମ୍ପରା ମଳିନ ପଡ଼ି ଯାଇଥିବା ଅନୁଭବ କରି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପୁଣି ଥରେ ଏହି ପରମ୍ପରାକୁ ଧୁମ୍ ଧାମରେ ପାଳନ କରିଛନ୍ତି । ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କ ପ୍ରଚେଷ୍ଟାରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଏହି କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରିଥିଲେ । ବାଲୁକା ଶିଳ୍ପୀ ବହ୍ଲବ ମହାପାତ୍ରଙ୍କ ଦ୍ଵାରା ବଳରାମ ଓ ତୁଳସୀଙ୍କ ବାଲୁକା ମୂର୍ତ୍ତି କରାଯାଇ ଵିଵାହ କାର୍ଯ୍ୟ ହିନ୍ଦୁ ପରମ୍ପରା ଅନୁସାରେ କରାଯାଇଥିଲା । ଗୋଷ୍ଠେଶ୍ୱର ମହାଦେବଙ୍କ ମୁଖ୍ୟ ପରିଚାଳକ ବିଷ୍ଣୁ ଚରଣ ମହାପାତ୍ର ଏହି କାର୍ଯ୍ୟକୁ ତଦାରଖ କରିଥିଲେ । ହରି ନାମ ସଙ୍କୀର୍ତ୍ତନ , ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ଵାରା ବେଦ ପାଠ ଓ ହରିବୋଲ ହୁଳହୁଳି ରେ ଵିଵାହ ବେଦୀ ଉଛୁଳି ପଡ଼ିଥିଲା । ଏହା ପରେ ୨୫ ଫୁଟ ଉଚ୍ଚର ଦୀର୍ଘ ଦେହି କନ୍ଦରାସୁରକୁ ଅଗ୍ନି ସଂଯୋଗ କରି ପୋଡ଼ା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଉପସଭାପତି ରଶ୍ମି ରଞ୍ଜନ ବାରିକ, ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ କୁମାର ତରାଇ, କାଳନ୍ଦୀ ମଲ୍ଲିକ, ବେଦଜ୍ୟୋତି ଦାସ ,ଗୌତମ ସାହୁ, ସମ୍ରାଟ ବିପିନ ବିହାରୀ ଦାସ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *