ବାଲିଯାତ୍ରା କୁ ବିଶ୍ଵ ସ୍ତରୀୟ କରିବାକୁ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ର ଅଭିନବ ପ୍ରୟାସ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରାକୁ ଆହୁରି ସୁନ୍ଦର କରିବାକୁ ଓଡ଼ିଶା ଡିଜିଟାଲ ମହାସଂଘ ର ଅଭିନବ ପ୍ରୟାସ । ଆଠ ଦିନର ଏହି ଐତିହାସିକ ବାଲିଯାତ୍ରାକୁ ସରସ ସୁନ୍ଦର ତଥା ବିଶ୍ଵ ସ୍ତରୀୟ ମାନ୍ୟତା ଦାବିରେ ତଳ ବାଲିଯାତ୍ରା ପଡ଼ିଆରେ ଅଧିକ ପ୍ରଚାର ପ୍ରସାର କରିବାକୁ ଏକ ଷ୍ଟଲ ଆରମ୍ଭ କରିଛି ମହାସଂଘ । ଏହି ଷ୍ଟଲ ର ଶୁଭ ଉଦ୍ଘାଟନ ରାଜ୍ୟ ସଭାପତି କରିଛନ୍ତି । ରାଜ୍ୟରେ ଥିବା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ସାମ୍ବାଦିକ ମାନେ ଉପସ୍ଥିତ ରହି ଯାତ୍ରା କୁ ଆସୁଥିବା ଦର୍ଶକ ଙ୍କ ଦସ୍ତଖତ ନେଇଥିଲେ । ୨ ଲକ୍ଷ ଦସ୍ତଖତ ସମ୍ବଳିତ ଦସ୍ତାବିଜ୍ କୁ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଯିବ । ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ରାଜ୍ୟ ଉପସଭାପତି ଶଙ୍କର୍ଷଣ ମହାପାତ୍ର ପରିଚାଳନା କରିଥିବା ବେଳେ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଙ୍କ ସହ କଟକ ଜିଲ୍ଲା ଓ ରାଜ୍ୟର ବହୁ ସାମ୍ବାଦିକ ଉପସ୍ଥିତ ରହିଥିଲେ । ODMM ର ଏଭଳି ପଦକ୍ଷେପକୁ କଟକ ସମେତ ସାରା ରାଜ୍ୟରେ ସ୍ଵାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *