କୋର୍ଟ ବିଲଡିଙ୍ଗ ସୁଦୃଶ୍ୟ ହେଲେ ଲୋକ କଣ ନ୍ୟାୟ ପାଇବେ ???

Spread the love

ଭୁବନେଶ୍ୱର ( ଆବାଜ ମିଡ଼ିଆ ) – ସତ୍ୟବ୍ରତ ଦାଶ : ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଗ୍ରହଣ ହେଉଛି ନୂଆ ନୂଆ ବ୍ୟବସ୍ଥା ! ନ୍ୟାୟମୂର୍ତ୍ତି ଙ୍କ ଆଖିରୁ ପଟି ହଟାଇ , ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ବାର୍ତ୍ତା ଦେଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ! ତେବେ ନ୍ୟାୟାଳୟ ଏବଂ ଜନତାଙ୍କ ଭିତରେ ଆଇନ କାର୍ଯ୍ୟକାରୀ କରିବା ପାଇଁ ଉଦ୍ଦିଷ୍ଟ ଆରକ୍ଷୀ ବିଭାଗର କାର୍ଯ୍ୟ ପଦ୍ଧତି ସମସ୍ତ ଯୋଜନା କୁ ଆଣୁଛି ପ୍ରଶ୍ନ ଘେରକୁ ! ଦୁଇ ଦିନ ତଳେ ସୁଦୃଶ୍ୟ କୋଠା ମହାମହିମ ରାଷ୍ଟ୍ରପତି ଙ୍କ ଦ୍ୱାରା ଉଦଘାଟିତ ହୋଇ ଆଇନ ସେବା ପାଇଁ ଲୋକାର୍ପିତ ହୋଇଥିବା ସମୟରେ , କମିଶନରେଟ ପୁଲିସ ର ନନ୍ଦନକାନନ ଥାନା ରୁ ସାମନାକୁ ଆସିଛି ଭିନ୍ନ ଏକ ଘଟଣା ! ଜାଗା ବାଡ଼ି ଦଖଲ କୁ ନେଇ ବିବାଦ ହୋଇଥିବା ସ୍ଥଳେ , ମାନ୍ୟବର ଅଦାଲତଙ୍କ ଆଦେଶ କୁ ଅବମାନନା କରିଥିବା ଠିକା ସଂସ୍ଥା କୁ ଅନୈତିକ ସହଯୋଗ କରିଛି ପୁଲିସ ! ଜାଗା ବାଡ଼ି ମାମଲା ନେଇ ଅସହାୟ ଲୋକ ଥାନାକୁ ଗଲେ ଉତ୍ତର ମିଳେ , ଏଇଟା ତମର ସିଭିଲ ମ୍ୟାଟର , ତମେ କୋର୍ଟ କୁ ଯାଅ ! ତେବେ ସମାନ ଘଟଣା ରେ ବଡ ବଡ ବିଲଡର ଥାନାକୁ ଗଲେ , ଥାନାକୁ କୋର୍ଟ ରେ ପରିଣତ କରି ନିଜେ ବିଚାରପତି ବନି ଯାଆନ୍ତି ଥାନାଧିକାରୀ !

 

Leave a Reply

Your email address will not be published. Required fields are marked *