ମକରମେଳା ପାଇଁ ପ୍ରସ୍ତୁତି ବୈଠକ : ତିନି ଦିନ ଅନୁଷ୍ଠିତ ହେବ ମକର ମେଳା !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ମକରମେଳା ପାଇଁ ପ୍ରସ୍ତୁତି ବୈଠକ , ଚଳିତ ବର୍ଷ ତିନି ଦିନ ଅନୁଷ୍ଠିତ ହେବ ମକର ମେଳା ! କଟକ ଜିଲ୍ଲାର ସର୍ବ ପୂରାତନ ଶୈବପୀଠ ରୂପେ ପରିଚିତ ବଡ଼ମ୍ବା ବ୍ଲକ୍ ଗୋପୀନାଥପୁର ମହାନଦୀର ମଧ୍ଯ ଭାଗରେ ପଥୁରିଆ ପାହାଡ଼ର ପାଦ ଦେଶରେ ବିରାଜିତ ବାବା ସିଂହନାଥ ପୀଠ । ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ଦିନ ଠାରୁ ପୀଠ ରେ ପାଳିତ ହୁଏ ମକର ମେଳା । ମକରମେଳା କୁ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ଆଜି ଦେବୋତ୍ତର ଅଧିକାରି ଙ୍କ ପକ୍ଷରୁ ବାବା ସିଂହନାଥ ପୀଠ ରେ ଥିବା ପର୍ଯ୍ୟଟନ ବ୍ୟାଖ୍ୟାନ କେନ୍ଦ୍ରରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ରୂପେ ବଡ଼ମ୍ବା – ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରା ଯୋଗ ଦେଇଥିଲେ। ଏହି ପ୍ରସ୍ତୁତି ବୈଠକରେ ବଡ଼ମ୍ବା ତହସିଲଦାର ଶାଶ୍ୱତ ରଞ୍ଜନ ଦାସ, ବିଡ଼ିଓ ରମେଶ ଜେନା, ବଡମ୍ବା ଥାନା ଅଧିକାରୀ ସଞ୍ଜୟ କୁମାର୍ ଜେନା, ବ୍ଲକ୍ ଅଧ୍ୟକ୍ଷ ରଘୂପତି ମହାନ୍ତି, ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଭୁଦତ୍ତ ପଟ୍ଟନାୟକ, ବାଙ୍କୀ ଡେପୁଟି କଲେକ୍ଟର, ଅଗ୍ନିଶମ ଅଧିକାରି, ବିଦ୍ୟୁତ୍ ବିଭାଗ ଅଧିକାରି, ପୂର୍ତ୍ତ ବିଭାଗ ଅଧିକାରୀ, ଇରିଗେଶନ ଅଧିକାରି , ସ୍ୱାସ୍ଥ୍ୟ ବିଭାଗ ଅଧିକାରି, ସ୍ଥାନୀୟ ସରପଞ୍ଚ ଯଯାତି କେଶରୀ ନାୟକ, ସମିତି ସଭ୍ୟ ଜିତେନ୍ଦ୍ର କୁମାର ମଲ୍ଲିକ, ସିଂହନାଥ ଉନ୍ନୟନ ପରିଷଦ ସଂପାଦକ ନିରଞ୍ଜନ ଶତପଥୀ, ମନ୍ଦିର ସେବାୟତଙ୍କ ସମେତ ସ୍ଥାନୀୟ ଅଞ୍ଚଳ ବାସୀ ଯୋଗ ଦେଇଥିଲେ । ଟି ସେତୁ ଉପରେ ଯାତାୟତ ନେଇ ତିନିଦିନ ଯାନବାହାନ ବନ୍ଦ ରହିବା ନେଇ ନିଷ୍ପତି ନିଆଯାଇଥିବା ବେଳେ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିଷ୍ପତିରେ ପରିବର୍ତନ ହୋଇପାରେ। ଲୋକଙ୍କ ସୁରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯିବାର ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଟି ବେଡ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତର ନିଯୁକ୍ତି ରହିବେ । ଜରୁରୀ କାଳୀନ ସେବା ପାଇଁ ଗୋଟିଏ ଆମ୍ବୁଲାସ ରହିବ । ପାନୀୟ ଜଳ ର ବ୍ୟବସ୍ଥା ପାଇଁ ଦୁଇଟି ଅସ୍ଥାୟୀ ନଳକୂପ ସହିତ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯିବ । ଅସ୍ଥାୟୀ ମାଟି ରାସ୍ତା ରେ ପାଣି ଥିବାରୁ ଦମକଳ ବାହିନୀ ସହ ଓଡ୍ରାଫ ଟିମ୍ ସଜାଗ ରହିବେ । ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଯାତ୍ରା ଚାଲିବ । ମନ୍ଦିର ର ନିତିକାନ୍ତି ପୂର୍ଵ ପରି ବଜାୟ ରହିବ । ସେତୁର ଦୁଇ ପାଶ୍ୱର୍ରେ ରେ ଫାର୍କିଂ ବ୍ୟବସ୍ଥା ରହିବ ବୋଲି ଆଜିର ପ୍ରାକ୍ ପ୍ରସ୍ତୁତି ବୈଠକରେ ସ୍ଥିର କରାଗଲା ।

Leave a Reply

Your email address will not be published. Required fields are marked *